Image Courtesy of Ottawa Citizen
ସମ୍ବଲପୁର : ସମ୍ବଲପୁରରେ ସାଇବର୍ ଠକେଇ ଥମିବାର ନାଁ ନେଉ ନଥିବା ବେଳେ କ୍ଷେତରାଜପୁର ଥାନା ଅଞ୍ଚଳର ଆଉ ଜଣେ ଯୁବକ ସାଇବର୍ ଠକଙ୍କ ଜାଲରେ ପଡ଼ିଛନ୍ତି। ଟ୍ରାଭେଲ୍ସ ମାଧ୍ୟମରେ ବୁକିଂ କରିବାକୁ ଯାଇ ଯୁବକ ଜଣଙ୍କ ୫୮ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କ୍ଷେତରାଜପୁର ଥାନା ବାଲାଜୀମନ୍ଦିର ଅଞ୍ଚଳର ନିଲମ୍ ଲାମ୍ବା ପରିବାର ସହ ଗୋଟିଏ ସ୍ଥାନକୁ ବୁଲି ଯିବାକୁ ଯୋଜନା କରିଥିଲେ। ଟ୍ରେଭେଲ୍ସ ମାଧ୍ୟମରେ ବୁକିଂ କରିବାକୁ ଗୁଗୁଲ୍ରେ ସର୍ଚ୍ଚ କରିଥିଲେ। ତାପରେ ଗୁଗୁଲ୍ରୁ ଏକ ୱେବ୍ସାଇଟ୍ ଖୋଲି ବୁକିଂ କରିବାକୁ ଗତ ୧୮ ତାରିଖ ଚେଷ୍ଟା କରିଥିଲେ। କିନ୍ତୁ ହୋଇପାରି ନଥିଲା। ପରେ ତାଙ୍କୁ ୨ଟି ଅଜଣା ନମ୍ବରରେ କଲ୍ ଆସିଥିଲା ଏବଂ ବିଭିନ୍ନ ତଥ୍ୟ ପଚରା ଯାଇଥିଲା। ବ୍ୟାଙ୍କ୍ଅଧିକାରୀ ବୋଲି ଠକ ପରିଚୟ ଦେଇଥିବାରୁ ନିଲମ୍ ତାଙ୍କୁ ଭରସା କରି ନେଇଥିଲେ। ପରେ ତାଙ୍କ ଆକାଉଣ୍ଟରୁ ୫୮ ହଜାର ଟଙ୍କା କଟିଯାଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଲିଖିତ ଭାବେ କ୍ଷେତରାଜପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us