୧୯ରୁ କଟକରୁ କଲମା ମହାନଦୀ ଯାତ୍ରା, ନେତୃତ୍ବ ନେବେ ଜଳ ମାନବ ରାଜେନ୍ଦ୍ର ସିଂ

Advertisment
୧୯ରୁ କଟକରୁ କଲମା ମହାନଦୀ ଯାତ୍ରା, ନେତୃତ୍ବ ନେବେ ଜଳ ମାନବ ରାଜେନ୍ଦ୍ର ସିଂ

swachhindia.ndtv.com

କଟକ : ମହାନଦୀ ବଂଚାଅ ଆନ୍ଦୋଳନ ଓ ଓଡ଼ିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ମେ ୧୮ ତାରିଖରେ ଆୟୋଜନ ହେବାକୁ ଯାଉଛି ଓଡ଼ିଶା ନଦୀ ବଂଚାଅ ସମ୍ମିଳନୀ। ଏହାସହିତ ମେ ୧୯ରୁ ଓ ୨୦ରେ କଟକରୁ କଲମା ପର୍ଯ୍ୟନ୍ତ ମହାନଦୀ ଯାତ୍ରା ଆୟୋଜନ ହେବାକୁ ଯାଉଛି। ଏଥିରେ ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟର ୧୨ଟି ମୁଖ୍ୟ ନଦୀ ଓ ଏହାର ଶାଖା ପ୍ରଶାଖା ନଦୀଗୁଡିକର ସ୍ଥିତି ବିପନ୍ନ ହୋଇପଡ଼ିଥିବାରୁ ଏହାର ସୁରକ୍ଷା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ମେ ୧୮ ତାରିଖରେ ଫୁଲନଖରାସ୍ଥିତ ଆମ୍ରପଲ୍ଲୀ ରିସୋର୍ଟରେ ଆୟୋଜନ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମକୁ ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ ଉଦ୍‌ଘାଟନ କରିବେ ଏବଂ ନଦୀ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିନିଧି ଏଥିରେ ସାମିଲ ହେବେ। ଅନ୍ୟପଟେ ରାଜ୍ୟର ସବୁଠୁ ବଡ଼ ନଦୀ ମହାନଦୀର ସୁରକ୍ଷା ପାଇଁ ଦୁଇ ଦିନିଆ ପଦଯାତ୍ରା ଡକ୍ଟର ସିଂଙ୍କ ନେତୃତ୍ବରେ କଟକରୁ ଆରମ୍ଭ ହୋଇ କଲମା ବ୍ୟାରେଜ୍ ପର୍ଯ୍ୟନ୍ତ ଯିବ। ଏଥିପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ବାସୁଦେବ ଭଟ୍ଟ, ଓଡ଼ିଶା ନଦୀ ସୁରକ୍ଷା ସମିତି ଆବାହକ ଅଶ୍ବିନୀ ମହାପାତ୍ର, ଇଂଜିନିୟର ଲଳିତ ମୋହନ ପଟ୍ଟନାୟକ, ମନୋଜ ଜେନା, ପ୍ରସନ୍ନ ବିଶୋଇ, ବିଜୟ ପ୍ରଧାନ, କଳ୍ପତରୁ ଖୁଣ୍ଟିଆ, ଉମାକାନ୍ତ କର, କବି ନାରାୟଣ ଜେନା, ବାବା ହଂସନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe