ଜଳ ସଂରକ୍ଷଣ ପାଇଁ ସାଇକେଲରେ ଭାରତ ଭ୍ରମଣ: ବର୍ଷକରେ ୯ ରାଜ୍ୟର ୮୩ ଶହ କିମି ବୁଲି ସାରିଲେଣି

Advertisment
ଜଳ ସଂରକ୍ଷଣ ପାଇଁ ସାଇକେଲରେ ଭାରତ ଭ୍ରମଣ: ବର୍ଷକରେ ୯ ରାଜ୍ୟର ୮୩ ଶହ କିମି  ବୁଲି ସାରିଲେଣି

ପୁରୀ : ଜଳ ଓ ପରିବେଶ ସଂରକ୍ଷଣ ଓ ସୁରକ୍ଷାର ବାର୍ତ୍ତା ନେଇ ସାଇକେଲରେ ବୁଲୁଛନ୍ତି ହରିୟାଣାର ସୁଭାଷ ଚନ୍ଦ୍ର ଶେଖର। ଇତିମଧ୍ୟରେ ସେ ୯ଟି ରାଜ୍ୟର ୮ହଜାର ୩ଶହ କିଲୋମିଟର ସାଇକେଲ୍‌ରେ ଭ୍ରମଣ କରି ଲୋକଙ୍କୁ ସଚେତନ କରି ସାରିଲେଣି। ଆଗକୁ ଆହୁରି ୫ଟି ରାଜ୍ୟ ବି ବୁଲିବାକୁ ଲକ୍ଷ୍ୟ ରଖିଛନ୍ତି।

ସୁଭାଷଙ୍କ ସାଇକେଲ୍‌ ଯାତ୍ରାକୁ ବର୍ଷେ ବିତିଥିବାବେଳେ ସେ ହରିୟାଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ରାଜ୍ୟ ସହ ନେପାଳର କାଠମାଣ୍ଡୁ ଆଦି ବୁଲି ଓଡ଼ିଶାରେ ପହଞ୍ଚିଛନ୍ତି। ଆଜି ସେ ପୁରୀଠାରେ ପହଞ୍ଚି ପତିତପାବନଙ୍କୁ ଦର୍ଶନ କରିବା ସହ ନିଜର ଏହି ସଚେତନତା ଯାତ୍ରାକୁ ସଫଳ କରିବା ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସୁଭାଷ ହରିୟାଣା ଲାୟନ୍ସ କ୍ଲବ୍‌ର ଜଣେ ସଦସ୍ୟ ହୋଇଥିବାରୁ ସେ ପୁରୀଠାରେ ପହଞ୍ଚିବା ପରେ ତାଙ୍କୁ ପୁରୀ ଲାୟନ୍ସ କ୍ଲବ୍‌ ଜୋନ୍‌ ଅଧ୍ୟକ୍ଷ ଶିବ ନାରାୟଣ ସେନାପତି ସ୍ବାଗତ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe