ପିଆରଏମରେ ରୋଗୀ ଅବହେଳା ଅଭିଯୋଗ, ଚିକିତ୍ସାରେ ବିଳମ୍ବ ଯୋଗୁଁ ଆହତ ଗୁରୁତର

Advertisment

ପାରିବାରିକ ଗଣ୍ଡଗୋଳ କାରଣରୁ ହସ୍ପିଟାଲ ଆସିଥିଲେ

ପାରିବାରିକ ଗଣ୍ଡଗୋଳ କାରଣରୁ ହସ୍ପିଟାଲ ଆସିଥିଲେ

ପିଆରଏମରେ ରୋଗୀ ଅବହେଳା ଅଭିଯୋଗ, ଚିକିତ୍ସାରେ ବିଳମ୍ବ ଯୋଗୁଁ ଆହତ ଗୁରୁତର

Photo: Twitter

ବାରିପଦା: ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଆସିଛି ରୋଗୀ ଅବହେଳା ଅଭିଯୋଗ। ହସ୍ପିଟାଲ କର୍ମଚାରୀଙ୍କ ଚରମ ଅବହେଳାର ଶିକାର ହୋଇ ଜଣେ ଆହତ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କୋଣସି ପାରିବାରିକ କଳହକୁ ନେଇ ବାରିପଦା ସଦର ଥାନା ଅଧିନ ମହୁଲିଆ ଗ୍ରାମର ମଙ୍ଗଳ ମହାନ୍ତଙ୍କୁ ତାଙ୍କ ଭାଇ ଦୁର୍ଗା ମହାନ୍ତ ବକ ଧାରୁଆ ଅସ୍ତ୍ର ରେ ବେକକୁ ହାଣି ଦେଇଥିଲେ। ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ଆହତ ମଂଗଲଙ୍କୁ ମେଡ଼ିକାଲ କୁ ଆଣିଥିଲେ।

ହସ୍ପିଟାଲ ରେଜିଷ୍ଟର ଅନୁଯାୟୀ ମଂଗଲଙ୍କୁ ସନ୍ଧ୍ୟା ସାଢ଼େ ଛରେ ଆଡ଼ମିସନ ପାଇଁ ଟିକଟ କଟାଯାଇଥିଲା ଆଉଟଡୋରରେ ବସିଥିବା ଡାକ୍ତର ତାଙ୍କୁ ସର୍ଜରୀ ୱାର୍ଡକୁ ରେଫର କରିଥିଲେ। ମାତ୍ର ରାତି ୮ ଟା ସମୟରେ ସର୍ଜରୀ ଡାକ୍ତର ମଙ୍ଗଳଙ୍କୁ ଇଏନ ଟିରେ ଚିକିତ୍ସା ହେବ ବୋଲି କହିଥିଲେ।ଦୀର୍ଘ ଦୁଇ ଘଣ୍ଟା ଧରି ମଙ୍ଗଳଙ୍କ ଶରୀରରୁ ରକ୍ତ ବହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଇଏନଟି ୱାର୍ଡ ପହଂଚିବା ପରେ ଡାକ୍ତର ମଙ୍ଗଳଙ୍କ ଅବସ୍ଥା ଗୁରୁତର ଥିବା କଥା କହିବା ସହ ଦରକାର ପଡ଼ିଲେ ତାଙ୍କୁ କଟକ ବଡମେଡିକାଲ ନେବାକୁ ହୋଇପାରେ ବୋଲି କହିଥିଲେ।

ଜଣେ ଗୁରୁତର ଆହତଙ୍କୁ କଣ ପାଇଁ ଏମିତି ବିଳମ୍ବ କରାଗଲା, ସେନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ। ଯଦି ମଙ୍ଗଳଙ୍କର କିଛି ହୋଇଯାଏ ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ହିଁ ଦାୟୀ ରହିବେ ବୋଲି ଅଭିଯୋଗ ହୋଇଛି। ଏନେଇ ପିଆରଏମ ଅଧୀକ୍ଷକ କିଛି ଜାଣିନଥିବା କହିଛନ୍ତି। ଓଲଟି ଚିକିତ୍ସା କରୁଥିବା ଡାକ୍ତର ଙ୍କ ସହିତ ଯୋଗାଯୋଗ କରିବାକୁ କହିଛନ୍ତି ଅଧୀକ୍ଷକ। ଯାହାକି ବଡ଼ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ଉକ୍ତ ଗଣ୍ଡଗୋଳକୁ ନେଇ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe