ପ୍ରେରଣା ଗ୍ରୀନ୍‌ ଆର୍ମି ପକ୍ଷରୁ ଟ୍ରି ବ୍ୟାଙ୍କ ଓ ସିଡ୍‌ ବ୍ୟାଙ୍କ ଉଦ୍‌ଘାଟନ ୫ରେ

Advertisment
ବୃକ୍ଷ‌ରୋପଣରେ ‘ସମ୍ବାଦ ସାହିତ୍ୟଘର’ର ନୂଆ ମାଇଲଖୁଣ୍ଟ: ଲାଗିଲା ଲକ୍ଷେ ୧୬ ହଜାର ଚାରା

naturetalkies.com

ଭୁବନେଶ୍ବର : ପରିବେଶ ସୁରକ୍ଷା, ଉତ୍ତାପ ବୃଦ୍ଧି ଜଳବାୟୁ, ପରିବର୍ତ୍ତନଜନିତ ସମସ୍ୟାର ସମାଧାନ ପାଇଁ ଏକମାତ୍ର ସୂତ୍ର ବ୍ୟାପକ ବୃକ୍ଷ ରୋପଣ। ଅନେକ ବ୍ୟକ୍ତି ଗଛ ଲଗାଇବାକୁ ଚାହୁଁଥିଲେ ହେଁ ଗଛ ନାହିଁ ଲଗାଇବାକୁ। ତେଣୁ ଯେଉଁ ବ୍ୟକ୍ତିମାନେ ଗଛ ଦେବାକୁ ଚାହିଁବେ କିମ୍ବା ଯେଉଁ ବ୍ୟକ୍ତି ଗଛ ନେବାକୁ ଚାହିଁବେ ସେମାନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ ପାଇଁ ପ୍ରେରଣା ଗ୍ରୀନ୍‌ ଆର୍ମି ପକ୍ଷରୁ ଟ୍ରି ବ୍ୟାଙ୍କ ଆସନ୍ତା ଶୁକ୍ରବାର ଦିନ ଗୀତ ଗୋବିନ୍ଦ ସଦନରେ ଉଦ୍‌ଘାଟିତ ହେବ। ଏହା ସହିତ ଜାମୁ, ଲିମ୍ବ, ଆମ୍ବ, ପଣସ ଆଦି ମଂଜି ଯେଉଁମାନେ ସଂଗ୍ରହ କରି‌ ଦେବେ ସେଥିପାଇଁ ସିଡ୍‌ବ୍ୟାଙ୍କ ଉଦ୍‌ଘାଟିତ ହେବ। ଏ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ବିଚିତ୍ରାନନ୍ଦ ଖୁଣ୍ଟିଆ (ନିଲୁ) ଫୋନ୍‌- ୯୪୩୮୦୮୦୦୧୩ କିମ୍ବା ୮୨୪୯୯୭୬୯୬୩ଙ୍କ ସହ ଯୋଗାଯୋଗ କରିବାକୁ ପ୍ରେରଣା ଗ୍ରୀନ୍‌ ଆର୍ମିର ଅଧ୍ୟକ୍ଷ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe