ଇଟା ଭାଟିରେ ବଳି ପଡ଼ୁଛି ଗଛ

ଇଟା ଭାଟିରେ ବଳି ପଡ଼ୁଛି ଗଛ

ଲଇକେରା : ଇଟା ଭାଟି ପାଇଁ ବଳି ପଡ଼ୁଛି ଗ୍ରାମାଂଚଳରେ ମୂଲ୍ୟବାନ ଗଛ। ଶତାଧିକ ଇଟାଭାଟି ବେଆଇନ ଭାବେ ଗଛ କାଟିବା ସହ ରାଜସ୍ୱ ଫାଙ୍କି ଇଟା ଗଢ଼ୁଛନ୍ତି। ଲଇକେରା ବ୍ଲକ୍‌ର ତିଲେଇମାଲ, କୁକେରମା, କାଦୋଦର, ପାକେଲପଡ଼ା, ନନ୍ଦମୁଣ୍ଡା, ଜାମମାଲ ଆଦି ଗାଁରେ ଇଟା ଭାଟି ପାଇଁ କିଛି ଅସାଧୁ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଚାଲିଛି ବେଆଇନ ଇଟାଭାଟି କାରବାର। ଗଛ କାଟିଥିବା ଜଣେ ଦୁଇ ଜଣଙ୍କଠାରୁ ‘ଧର୍ମକୁ ଆଖି ଠାର’ ଭଳି ଜରିମାନା ଆଦାୟ କରାଯାଇ ଏହି ବେଆଇନ କାରବାରକୁ ଅଣଦେଖା କରାଯାଉଥିବାରୁ ସ୍ଥାନୀୟ ପରିବେଶ ଏବଂ ସୁରକ୍ଷା ପ୍ରତି ଏହା ବିପଦ ସୃଷ୍ଟି କରୁଛି। ଏ ବିଷୟରେ ସାହାସପୁର ଫରେଷ୍ଟର ଅଶୋକ ଦେବ ସମସ୍ୟାକୁ ଖାମଖିଆଲି ଭାବେ ନେଇଛନ୍ତି। ନୂଆ କରି ସେ କାର୍ଯ୍ୟରେ ଯୋଗ ଦେଇଥିବା ପ୍ରକାଶ କରିଥିବା ବେଳେ ତିଲେଇମାଲରେ ଜଣଙ୍କର ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି। ଲଇକେରା ତହସିଲଦାର ସଂଜୀବ ପଟେଲ କହିଛନ୍ତି, ‘ଇଟାଭାଟି ପାଇଁ ରାଜସ୍ୱ ବିଭାଗର କୌଣସି ଅନୁମତି ନାହିଁ, ଯେଉଁମାନେ ଭାଟି କରୁଛନ୍ତି ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe