ଉଜୁଡ଼ୁଛି ବଳରାମ ସଂରକ୍ଷିତ ଜଙ୍ଗଲ : କାଠ ମାଫିଆଙ୍କ ଉତ୍ପାତ ଯୋଗୁଁ ହଜି ଗଲାଣି ଶହ ଶହ ସଂଖ୍ୟାରେ ଗଛ

Advertisment
ଉଜୁଡ଼ୁଛି ବଳରାମ ସଂରକ୍ଷିତ ଜଙ୍ଗଲ : କାଠ ମାଫିଆଙ୍କ ଉତ୍ପାତ ଯୋଗୁଁ ହଜି ଗଲାଣି ଶହ ଶହ ସଂଖ୍ୟାରେ ଗଛ

www.bbc.co.uk

ନୟାଗଡ଼ : ନୟାଗଡ଼ ବନାଞ୍ଚଳ ଅନ୍ତର୍ଗତ ବଳରାମ ସଂରକ୍ଷିତ ଜଙ୍ଗଲରୁ ଚାଲିଛି ଅବାଧ ଗଛକଟା। ଶହ ଶହ ସଂଖ୍ୟାରେ ଏହି ଜଙ୍ଗଲରେ ଖୁଣ୍ଟା ଦେଖିବାକୁ ମିଳୁଥିବାବେଳେ ବନାଞ୍ଚଳ କର୍ତ୍ତୃପକ୍ଷ ଦେଖି ନ ଦେଖିଲା ଭଳି ହେଉଛନ୍ତି। ବନ ସୁରକ୍ଷା ନିମନ୍ତେ ନିୟୋଜିତ କର୍ମଚାରୀ ଜଙ୍ଗଲ ଜଗିବାକୁ ଯାଉ ନ ଥିବା ସ୍ଥାନୀୟ ଅଞ୍ଚଳର ଅଧିବାସୀମାନେ ଅଭିଯୋଗ ଆଣିଛନ୍ତି। କାଠ ମାଫିଆଙ୍କ ସମେତ ବନବିଭାଗ କର୍ମଚାରୀଙ୍କ ସଲାସୁତୁରା ପାଇଁ କାଠ ମାଫିଆଙ୍କ ଉତ୍ପାତ ବଢ଼ିଚାଲିଛି। ଏଭଳି ସ୍ଥିତିରେ ଦିନକୁ ଦିନ ବଳରାମ ସଂରକ୍ଷିତ ଜଙ୍ଗଲରୁ ଗଛ ହଜି ଯିବାକୁ ବସିଲାଣି।

publive-image

ସାରା ରାଜ୍ୟରେ ‌ ନୟାଗଡ଼ ବନଖଣ୍ଡ କାଠ ଚୋରି ନିମନ୍ତେ ଅପଖ୍ୟାତି ମୁଣ୍ଡାଇଛି। ଖୋଦ୍‌ ଜିଲ୍ଲା ସଦର ମହକୁମାରେ ଥିବା ନୟାଗଡ଼ ବନଖଣ୍ଡ ତଥା ନୟାଗଡ଼ ବନ‌ାଞ୍ଚଳ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ବଳରାମ ସଂରକ୍ଷିତ ଜଙ୍ଗଲରୁ ଗଛକଟାକୁ ପରିବେଶପ୍ରେମୀ ସହଜରେ ଗ୍ରହଣ କରି ପାରିନାହାନ୍ତି। ବଳରାମ ସଂରକ୍ଷିତ ଜଙ୍ଗଲର ସୁରକ୍ଷା ପାଇଁ ଏଠାରେ ଥିବା ପଥୁରିପଡ଼ା-ଧାମେଣି ବୃନ୍ଦାବନପୁର ଓ ବୋଦାପଡ଼ା ବନ ସୁରକ୍ଷା ସମିତି(ଭିଏସ୍ଏସ୍)ର ପ୍ରାୟ ତିନି ବର୍ଷ ହେବ ପୁନର୍ଗଠନ କରାଯାଇନି। ଭିଏସ୍ଏସ୍‌ଗୁଡ଼ିକୁ ସକ୍ରିୟ କରାଗଲେ କାଠ ମାଫିଆମାନଙ୍କର ଦୌରାତ୍ମ୍ୟ ହ୍ରାସ ପାଇପାରନ୍ତା। ତାହା ମଧ୍ୟ କରାଯାଉନାହିଁ। ବନ ବିଭାଗ ପକ୍ଷରୁ ଜାଣିଜାଣି କଡ଼ା ପାଟ୍ରୋଲିଂ କରାଯାଉ ନ ଥିବାରୁ କାଠ‌ ଚୋରଙ୍କର ମଧ୍ୟ ଭୟ ରହୁନାହିଁ। ଛୋଟ ଚୋରଙ୍କୁ ଧରି ବନ ବିଭାଗ ଲୋକ ଦେଖାଣିଆ ଭାବେ ଜଙ୍ଗଲ ଜଗିଥିବାବେଳେ ପ୍ରକୃତ ଚୋରଙ୍କ ବେଳକୁ ପାଟି ଚୁପ୍ କରି ବସିଯାଉଛି।

ବଳରାମ ସଂରକ୍ଷିତ ଜଙ୍ଗଲରୁ ଚାରି ଦିଗରେ ଶହ ଶହ ସଂଖ୍ୟାରେ ଶାଗୁଆନ, ଶାଳ, ଗମ୍ଭାରୀ, ପିଆଶାଳ ଆଦି ଗଛ କଟାଯାଇ ଚୋରାଚାଲାଣ କରାଯାଉଛି। ଏହି ସଂରକ୍ଷିତ ଜଙ୍ଗଲରୁ ରେଳ ଧାରଣା ଦେଇ ବରପଲ୍ଲୀ ଛକରେ କାଠ ମାଫିଆଙ୍କ ଗାଡ଼ି ବାହାରୁଛି। ସେଠାରେ ଏନଏଚ୍ ଦେଇ ଚୋରା କାଠ ଗନ୍ତବ୍ୟସ୍ଥଳକୁ ଯାଉଛି। ଏଥିସହିତ ପଥୁରିପଡ଼ା ଗ୍ରାମ ଦେଇ ବୋଦାପଡ଼ା ଛକ ଦେଇ ବୋଦାପଡ଼ା ଗ୍ରାମ ସମେତ ଖଣ୍ଡପଡ଼ା ଦେଇ ବିଭିନ୍ନ ଅଞ୍ଚଳକୁ କାଠ ଚୋରା ଚାଲାଣ ହେଉଛି। ଧାମେଣି ବୃନ୍ଦାବନପୁର ଦେଇ ମହିପୁର ଛକ ଦେଇ କାଠ ଚୋରା ଚାଲାଣ ହେଉଛି। ଏଥିସହିତ ପଥୁରିପଡ଼ା ଦେଇ କଞ୍ଚନପଲ୍ଲୀ ଗ୍ରାମ୍ୟ ରାସ୍ତାରେ ବିଭିନ୍ନ ଅଞ୍ଚଳକୁ କାଠ ଚୋରା ଚାଲାଣ ହେଉଛି। ଏସବୁ ଘଟଣା ସାଧାରଣ ଲୋକଙ୍କ ଆଖିରେ ପଡ଼ୁଛି। ବନବିଭାଗ କିନ୍ତୁ ଦେଖି ନ ଦେଖିଲା ଭଳି ହେଉଛି। ନୟାଗଡ଼ ବନଖଣ୍ଡ କର୍ତୃପକ୍ଷ ବଳରାମ ପାହାଡ଼ ପାଦଦେଶରେ ଥିବା ଏହି ସଂରକ୍ଷିତ ଜଙ୍ଗଲରୁ ଗଛ କାଟ ରୋକିବାକୁ ସାଧାରଣରେ ଦାବି ‌ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe