ସଇନ୍ତଳା : ଜଳନ୍ତା ଗଛ ପଡ଼ି ରାସ୍ତା ବନ୍ଦ, ଯାତାୟାତ ବାଧାପ୍ରାପ୍ତ

Advertisment
ସଇନ୍ତଳା : ଜଳନ୍ତା ଗଛ ପଡ଼ି ରାସ୍ତା ବନ୍ଦ, ଯାତାୟାତ ବାଧାପ୍ରାପ୍ତ

ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳାସ୍ଥିତ ନୂଆବନ୍ଧ ହନୁମାନ ମନ୍ଦିର ନିକଟରେ ବୁଧବାର ସକାଳେ ଏକ ବିରାଟ ଜଳନ୍ତା ନିମ୍ବଗଛ ଜାତୀୟ ରାଜପଥ ୨୬ ଉପରେ ପଡ଼ିଯାଇଥିଲା। ଫଳରେ ପ୍ରାୟ ଘଣ୍ଟାଏ କାଳ ରାସ୍ତା ଅବରୋଧ ହୋଇଥିଲା। ଉଭୟ ପଟେ ଶହ ଶହ ଯାନବାହନ ଅଟକି ରହିଥିଲା।

publive-image

ପ୍ରକାଶ ଯେ ମଙ୍ଗଳବାର କେହି ଦୁର୍ବୃତ୍ତ ଉକ୍ତ ନିମ୍ବଗଛ କୋରଡ଼ରେ ନିଆଁ ଲଗାଇ ଦେଇଥିଲା। ଗଛଟି ରାତି ସାରା ଜଳି ଜଳି ବୁଧବାର ସକାଳେ ଢଳି ପଡ଼ିଥିଲା। ଅଗ୍ନିଶମ ବିଭାଗ ଖବର ପାଇ ଅଗ୍ନିଶମ ଅଧିକାରୀ ଭାଗୀରଥି ବାଣୁଆଙ୍କ ନେତୃତ୍ବରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଗଛକୁ ରାସ୍ତା ସଫା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe