Mobile networks: ମୋବାଇଲ୍‌ ନେଟ୍‌ୱର୍କ ପାଇଁ ଗଛ ଭରସା: ଏଆଇ ଯୁଗରେ ଗାଁ ଲୋକେ କଲବଲ, ପରିବାର ସହିତ ଯୋଗାଯୋଗ ପାଇଁ ପ୍ରତିଦିନ ସଂଘର୍ଷ

Advertisment

ଆଉ ମାସ କେଇଟା ପରେ ଦେଶ ୮୦ତମ ସ୍ବାଧୀନତା ଦିବସ ପାଳନ କରିବ। ଏଆଇ ଯୁଗରେ ଅନେକ ଅଗ୍ରଗତି ଘଟିଛି। ମହାକାଶରେ ଭାରତୀୟଙ୍କ ପାଦ ବି ପଡ଼ିଲାଣି। ହେଲେ, ସମ୍ବଲପୁର ଜିଲ୍ଲାର ବିନ୍ଦୁପୁର ଭଳି ଅନେକ ଗାଁ ଅଛି, ଯେଉଁଠି ମୋବାଇଲ ନେଟ୍‌ୱର୍କ ପାଇଁ ଲୋକେ ଆଜି ମଧ୍ୟ ସଂଘର୍ଷ କରୁଛନ୍ତି।

ଆଉ ମାସ କେଇଟା ପରେ ଦେଶ ୮୦ତମ ସ୍ବାଧୀନତା ଦିବସ ପାଳନ କରିବ। ଏଆଇ ଯୁଗରେ ଅନେକ ଅଗ୍ରଗତି ଘଟିଛି। ମହାକାଶରେ ଭାରତୀୟଙ୍କ ପାଦ ବି ପଡ଼ିଲାଣି। ହେଲେ, ସମ୍ବଲପୁର ଜିଲ୍ଲାର ବିନ୍ଦୁପୁର ଭଳି ଅନେକ ଗାଁ ଅଛି, ଯେଉଁଠି ମୋବାଇଲ ନେଟ୍‌ୱର୍କ ପାଇଁ ଲୋକେ ଆଜି ମଧ୍ୟ ସଂଘର୍ଷ କରୁଛନ୍ତି।

sfhsfshfshf

ସମ୍ବଲପୁର: ଆଉ ମାସ କେଇଟା ପରେ ଦେଶ ୮୦ତମ ସ୍ବାଧୀନତା ଦିବସ ପାଳନ କରିବ। ଏଆଇ ଯୁଗରେ ଅନେକ ଅଗ୍ରଗତି ଘଟିଛି। ମହାକାଶରେ ଭାରତୀୟଙ୍କ ପାଦ ବି ପଡ଼ିଲାଣି। ହେଲେ, ସମ୍ବଲପୁର ଜିଲ୍ଲାର ବିନ୍ଦୁପୁର ଭଳି ଅନେକ ଗାଁ ଅଛି, ଯେଉଁଠି ମୋବାଇଲ ନେଟ୍‌ୱର୍କ ପାଇଁ ଲୋକେ ଆଜି ମଧ୍ୟ ସଂଘର୍ଷ କରୁଛନ୍ତି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ମୁଖ୍ୟାଳୟଠାରୁ ୩୦ କିଲୋମିଟର ଓ ପଞ୍ଚାୟତ ମୁଖ୍ୟାଳୟ ଜାମୁଜୁରିଠାରୁ ୩.୫ କିଲୋମିଟର ଦୂରରେ ରହିଛି ବିନ୍ଦୁପୁର। ଗାଁର ଲୋକ ସଂଖ୍ୟା ୮୫୦ରୁ ଅଧିକ। ଗାଁରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ସୁବିଧା ଥିବାବେଳେ ହାଇସ୍କୁଲ ପାଇଁ ନିକଟସ୍ଥ ଜାମୁଜୁରି କିମ୍ବା ବାଟଗାଁ ହାଇସ୍କୁଲ ଏବଂ କଲେଜ ଶିକ୍ଷାଦାନ ପାଇଁ ନାକଟିଦେଉଳ ଓ ରେଢ଼ାଖୋଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଜିର ଆଧୁନିକ ଯୁଗରେ ଯୋଗାଯୋଗ, ଶିକ୍ଷାଦାନ, ଅଧ୍ୟୟନ ସହିତ ବିଭିନ୍ନ ସରକାରୀ ସୁବିଧା ନିମନ୍ତେ ମୋବାଇଲ୍‌ ନେଟ୍‌ୱର୍କର ଗୁରୁତ୍ବ ବଢ଼ିଯାଇଛି। ଅଥଚ ବିନ୍ଦୁପୁର ଗାଁ ଲୋକେ ଏଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Nisha Maharana granted bail in Balangir court: ବଲାଙ୍ଗୀର କୋର୍ଟରୁ ନିଶା ମହାରଣାଙ୍କୁ ଜାମିନ

ଗାଁର ଯେଉଁ କିଛି ଲୋକଙ୍କର ପକ୍କାଘର ରହିଛି, ସେମାନେ ନେଟ୍‌ୱର୍କ ପାଇଁ ଘର ଛାତ ଉପରକୁ ଯାଇ କଥାବାର୍ତ୍ତା ହୋଇଥାନ୍ତି। ତଥାପି ବହୁ କଷ୍ଟରେ ନେଟ୍‌ୱର୍କ ମିଳିଥାଏ। ଅନେକ ସମୟରେ ଅଧାରୁ କଲ୍‌ ବନ୍ଦ ହୋଇଯାଏ। ତେବେ ଗାଁର ଅନ୍ୟ ପରିବାର ନେଟ୍‌ୱର୍କ ପାଇଁ ନିକଟସ୍ଥ ଗଛ ଉପରକୁ ଚଢ଼ିଥାନ୍ତି କିମ୍ବା ଅନ୍ୟ କୌଣସି ଉଚ୍ଚଜାଗାକୁ ଯାଇ କଥାବାର୍ତ୍ତା କରନ୍ତି। ଗାଁର ଅନେକ ଯୁବକ ବାହାରେ ରହୁଛନ୍ତି। କିଏ ଚାକିରି କରୁଛି, ତ ଆଉ କିଏ ଉଚ୍ଚଶିକ୍ଷା ପାଇଁ ବାହାରେ ରହୁଛନ୍ତି। ନିଜ ପରିବାର ସହିତ ଯୋଗାଯୋଗ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି।

Undeclared parking: ଫ୍ଲାଏଓଭର୍‌ ତଳ ପାଲଟିଛି ଅଘୋଷିତ ପାର୍କିଂ

ଅନ୍ୟତ୍ର ବିବାହ କରିଥିବା ଗାଁର ଝିଅମାନେ ଓ ଗାଁକୁ ଆସିଥିବା ବୋହୂମାନେ ବି ନିଜ ବାପଘର ଲୋକଙ୍କ ସହ ଫୋନ୍‌ରେ ଟିକେ କଥା ହେବାର ସୁଯୋଗ ପାଉ ନାହାନ୍ତି। ଗାଁରେ ମୋବାଇଲ ଟାୱାର୍‌ ସ୍ଥାପନ ପାଇଁ ନାକଟିଦେଉଳ ବିଡିଓ, ସମ୍ବଲପୁର ଜିଲ୍ଲାପାଳ, ବିଏସ୍‌ଏନ୍‌ଏଲ ସହିତ ଅନ୍ୟାନ୍ୟ କମ୍ପାନିର ବରିଷ୍ଠ ପଦାଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ବି ଦ୍ବାରସ୍ଥ ହୋଇଛନ୍ତି। ବିଭିନ୍ନ ଦପ୍ତରକୁ ବାରମ୍ବାର ଦୌଡ଼ିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଗାଁର ମିଲନ ପ୍ରଧାନ କହିଛନ୍ତି। ଯେଉଁଠି ଅନ୍ୟ ଅଞ୍ଚଳର ପିଲା ଆକାଶରେ ଉଡ଼ିବା ପାଇଁ ସ୍ବପ୍ନ ଦେଖୁଛନ୍ତିି, ସେଠି ଆମକୁ ସାମାନ୍ୟ ମୋବାଇଲ ନେଟ୍‌ୱର୍କ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ଶ୍ରୀ ପ୍ରଧାନ କ୍ଷୋଭ ପ୍ରକାଶ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe