ଘର ଉପରେ ଗଛ ପଡ଼ିବାରୁ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡ‌ଗୋଳ, ୩ ଗୁରୁତର

ଘର ଉପରେ ଗଛ ପଡ଼ିବାରୁ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡ‌ଗୋଳ, ୩ ଗୁରୁତର

ବିନିକା: ପବନରେ ଏକ ଗଛ ଭାଙ୍ଗି ପଡ଼ୋଶୀଙ୍କ ଘର ଉପରେ ପଡ଼ିବାକୁ କେନ୍ଦ୍ର କରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭବାନୀପାଲି ଗାଁରେ ୨ ପରିବାର ମଧ୍ୟରେ ଗଣ୍ଡ‌େଗାଳ ଘଟିଛି। ଏଥିରେ ୩ ଜଣ ଗୁରୁତର ହୋଇ ବୁର୍ଲା ଭିମ୍‌ସାର୍‌ରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ଭବାନୀପାଲିର ବାଲଗୋପାଲ ବଘାର ଓ କୌଶଲ୍ୟା ପ୍ରସାଦ ବଘାର ଦୁଇ ପଡ଼ୋଶୀ। ଉଭୟଙ୍କ ଘର ସୀମାରେ କିଛି ଗଛ ରହିଥିଲା। ଯାହାକି କେତେବେଳେ ଭାଙ୍ଗି ଘର ଉପରେ ପଡ଼ି ଅଘଟଣର ଆଶଙ୍କା ରହିଥିଲା। ତେଣୁ ଉଭୟ ପରିବାର ନିଜ ନିଜ ସୀମାରେ ଥିବା ଗଛ କାଟିବାକୁ କଥା ହୋଇଥିଲେ। ଗ୍ରାମବାସୀଙ୍କ ଉପସ୍ଥିତିରେ ଏ ନେଇ ଆଲୋଚନା ହୋଇଥିଲା।

ଏହି ଅନୁସୁାରେ ବାଲଗୋପାଲଙ୍କ ପରିବାର ତାଙ୍କ ସୀମାରେ ଥିବା ଗଛ କାଟି ଦେଇଥିଲେ। କିନ୍ତୁ କୌଶଲ୍ୟାଙ୍କ ପରିବାର ଗଛ କାଟି ନଥିଲେ। ସୋମବାର ହୋଇଥିବା ଝଡ଼ପବନରେ କୌଶଲ୍ୟାଙ୍କ ଗଛର ଡାଳ ଭାଙ୍ଗି ବାଳଗୋପାଳଙ୍କ ଘର ଉପରେ ପଡ଼ିଥିଲା। ବାଳଗୋପାଳ, ସାନଭାଇ ଜୟଗୋପାଳ ଓ ମା’ ଡାଳିମ୍ବ ପଡ଼ୋଶୀ କୌଶଲ୍ୟା, ତାଙ୍କ ସାନଭାଇ ପରମାନନ୍ଦଙ୍କୁ ଡାକି ‘ଆମ୍ଭେ ମଲେ ଯାଇ ତୁମେ ଗଛ କାଟିବ କି?’ ବୋଲି କହିଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡ‌େଗାଳ ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ କୌଶଲ୍ୟା ଓ ପରମାନନ୍ଦ କାଠ ଫାଳିଆ ଧରି ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ବାଳଗୋପାଳ, ଜୟଗୋପାଳ ଓ ଡାଳିମ୍ବ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି। ଥାନାକୁ ଯାଇ ଏତଲା ଦେବା ସମ୍ଭବ ନଥିବାରୁ ଜୟଗୋପାଳ ଆଇଆଇସିଙ୍କ ହ୍ବାଟ୍‌ସଅପ୍‌ ନମ୍ବରରେ ଅଭିଯୋଗପତ୍ର ପଠାଇ ଦେଇଥିବା ଜଣାଯାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ପବିତ୍ର ସାହୁଙ୍କୁ ପଚାରିବାର, ଲିଖିତ କାଗଜ ଥାନାକୁ ପହଞ୍ଚି ମାମଲା ରୁଜୁ ହୋଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe