ବୈଶିଙ୍ଗା ସମ୍ବାଦ ସାହିତ୍ୟଘର ଆନୁକୂଲ୍ୟରେ ଲାଗିଲା ୭୦ ଗଛ

Advertisment

ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ସମ୍ବାଦ ପକ୍ଷରୁ ପ୍ରତ୍ୟକ ବର୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଉଛି।

ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ସମ୍ବାଦ ପକ୍ଷରୁ ପ୍ରତ୍ୟକ ବର୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଉଛି।

Rairangpur

ବୈଶିଙ୍ଗା: ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ସମ୍ବାଦ ପକ୍ଷରୁ ପ୍ରତ୍ୟକ ବର୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ସମ୍ବାଦ ସାହିତ୍ୟଘର, ବୈଶିଙ୍ଗା ପକ୍ଷରୁ ଶନିବାର ସ୍ଥାନୀୟ ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜର ଅଧକ୍ଷ ଡ଼. ପର୍ଶୁରାମ ଦାସ ଯୋଗଦେଇ ପ୍ରଥମେ ଏକ ଅଁଳା ଚାରା ରୋପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେl ସମ୍ବାଦ ପ୍ରତିନିଧି ଦୀପକ କୁମାର ସିଂହଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟଘର ବୈଶିଙ୍ଗାର ସମ୍ପାଦକ ଯୁବ ସମାଜସେବୀ ହିମାଂଶୁ ଶେଖର ଜେନା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେl ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଜୟ ତ୍ରିପାଠୀ, ସୁବାଷ ମହାପାତ୍ର, ଦେବବ୍ରତ ରାଉତ, ମହେନ୍ଦ୍ର କୁମାର କର, ବୀରେନ୍ଦ୍ର ବେହେରା, ଅଧ୍ୟାପିକା ବାଂଷୋରି ଦାସ ପ୍ରମୁଖଙ୍କ ସହିତ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେl

Rairangpur

ଏହି ବୃକ୍ଷ ରୋପଣରେ ବିଭିନ୍ନ କିଶମର ଔଷଧୀୟ ବୃକ୍ଷ ସହ ବହୁ ମୂଲ୍ୟବାନ ୭୦ରୁ ଅଧିକ ଚାରା ଗଛ  ଲଗାଯାଇଥିଲାl ଆଗାମୀ ଦିନରେ ବିଭିନ୍ନ ଅନୁଷ୍ଠାନ ସହିତ ଅନୁବନ୍ଧିତ ଏହି ପରି ଭାବରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି "ସମ୍ବାଦ" ତରଫରୁ ମତବ୍ୟକ୍ତ କରାଯାଇଛିI ଏହା ସହ ମାନବ ସମାଜର ସୁରକ୍ଷା ପାଇଁ ବୃକ୍ଷ ରୋପଣ ସକାଶେ ସ୍ଥାନୀୟ କଲେଜ ଅଧକ୍ଷ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତିI ଅନୁରୂପ ଭାବେ ବୈଶିଙ୍ଗା ସମ୍ବାଦ ସାହିତ୍ୟଘର ଓ ବେତନଟୀ ବନବିଭାଗ ମିଳିତ ଆନୁକୂଲ୍ୟରେ ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ ୨୦୦ଟି ତାଳ ଚାରା ରୋପଣ କରାଯାଇଥିଲାl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe