ବାଇପାସ୍‌ ପାଇଁ ବଳି ପଡ଼ିଲା ଗଛ: କାଟିଦେଲେ, ଲଗାଇଲେନି

Advertisment

ଜୟପୁର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବଳି ପଡ଼ିଲା ଅନେକ ଗଛ। କଟିଲା ୫୦ରୁ ଊର୍ଦ୍ଧ୍ବ ତେନ୍ତୁଳି, ଆମ୍ବ ଭଳି ଫଳନ୍ତୀ ଗଛ। ଇତିମଧ୍ୟରେ ଗଛକଟାକୁ ବିତିଗଲାଣି ଦେଢ଼ ବର୍ଷ। ଅଥଚ ଜାତୀୟ ରାଜପଥ ବିଭାଗ ଗୋଟିଏ ବି ଗଛ ଲଗାଇବାରେ ସକ୍ଷମ ହୋଇନି।

ଜୟପୁର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବଳି ପଡ଼ିଲା ଅନେକ ଗଛ। କଟିଲା ୫୦ରୁ ଊର୍ଦ୍ଧ୍ବ ତେନ୍ତୁଳି, ଆମ୍ବ ଭଳି ଫଳନ୍ତୀ ଗଛ। ଇତିମଧ୍ୟରେ ଗଛକଟାକୁ ବିତିଗଲାଣି ଦେଢ଼ ବର୍ଷ। ଅଥଚ ଜାତୀୟ ରାଜପଥ ବିଭାଗ ଗୋଟିଏ ବି ଗଛ ଲଗାଇବାରେ ସକ୍ଷମ ହୋଇନି।

Punashcha Pruthibi

ଜୟପୁର: ଜୟପୁର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବଳି ପଡ଼ିଲା ଅନେକ ଗଛ। କଟିଲା ୫୦ରୁ ଊର୍ଦ୍ଧ୍ବ ତେନ୍ତୁଳି, ଆମ୍ବ ଭଳି ଫଳନ୍ତୀ ଗଛ। ଇତିମଧ୍ୟରେ ଗଛକଟାକୁ ବିତିଗଲାଣି ଦେଢ଼ ବର୍ଷ। ଅଥଚ ଜାତୀୟ ରାଜପଥ ବିଭାଗ ଗୋଟିଏ ବି ଗଛ ଲଗାଇବାରେ ସକ୍ଷମ ହୋଇନି। ଆଗକୁ ଆହୁରି ୧୨ରୁ ୧୩ ଆମ୍ବ ଗଛ କାଟିବା ପାଇଁ ଚିହ୍ନଟ ସରିଛି। କ୍ଷତିପୂରଣ ଦିଆଯାଇନଥିବାରୁ ବ୍ୟକ୍ତିଗତ ଜମିରେ ଥିବା ଆମ୍ବ ଗଛ କଟାଯାଇ ନଥିବା ଜଣାପଡ଼ିଛି। 

ଜୟପୁର ଉପକଣ୍ଠରେ ଥିବା ହୋଟେଲ ‘ହାଲୋ ଜୟପୁର’ ନିକଟରୁ ବାଇପାସ୍ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ‌ହୋଇଛି। ଉମୁରୀ ରେଳବାଇ ଓଭରବ୍ରିଜ୍ ନିକଟରେ ଏହା ସରିବ। ପ୍ରାୟ ୪କିମି ୯୪୭ ମିଟର ଲମ୍ବ ବିଶିଷ୍ଟ ଏହି ରାସ୍ତାରେ ବେସରକାରୀ, ସରକାରୀ ଜମି, ଘର, ଗଛ ରହିଛି। ୪ ଲାଇନ୍ ବିଶିଷ୍ଟ ୪୫ମିଟର ଓସାର ରାସ୍ତା ପାଇଁ ୫୦ରୁ ଊର୍ଦ୍ଧ୍ବ ବଡ଼ ଗଛ କଟାଯାଇଥିବା ବେଳେ କାଜୁ ଭଳି ଅନେକ ଫଳ ପ୍ରଦାନକାରୀ ଛୋଟ ଗଛର ହିସାବ ହୋଇପାରିନି। ଅନ୍ୟପକ୍ଷରେ ଜମି ହରାଇଥିବା ପରିବାରକୁ ପ୍ରଶାସନ ପକ୍ଷରୁ ପ୍ରାପ୍ୟ ମିଳିନଥିବାରୁ ବାଇପାସ ରାସ୍ତା କାମ‌ ଦ୍ରୁତ ଗତିରେ ଆଗେଇ ପାରୁନି। ବାଇପାସ ପାଇଁ ଅଧିଗ୍ରହଣ ହେବାକୁ ଥିବା ୨୧.୫୧୪ ହେକ୍ଟର ଜମି ମଧ୍ୟରୁ ଅନେକ ଜମିହରାକୁ କ୍ଷତିପୂରଣ ପ୍ରଦାନ କରାଯାଇନାହିଁ। ଜୟପୁର, ଦୁବୁଲି, ମକାପୁଟ, ଉମୁରୀ ପ୍ରଭୃତି ରାଜସ୍ବ ସର୍କଲର ୧୨୯ ଜଣଙ୍କୁ ଜମି ଅଧିଗ୍ରହଣ, ଘର ଓ ଗଛକଟା ବାବଦରେ କ୍ଷୟକ୍ଷତି ପ୍ରଦାନ ପାଇଁ ୩୯କୋଟି ୫୬ଲକ୍ଷ ବ୍ୟୟ ଅଟକଳ କରାଯାଇଛି। ରାଜରାଜୁଡ଼ା ସମୟରେ ମକାପୁଟ ଅଞ୍ଚଳରେ ବିଭିନ୍ନ ଫଳ ବଗିଚା ଥିଲା। ସମୟକ୍ରମେ ଲୋକେ ଜୀବନଜୀବିକା ପାଇଁ ଗଛ କାଟି ଅଙ୍ଗାର କରି ବିକ୍ରି କରି ଚାଲିଲେ। ଫଳରେ ଏକଦା ବର୍ଷକୁ ୬ ମାସ ବର୍ଷା ହେଉଥିବା ଜୟପୁର ଅଞ୍ଚଳରେ ବର୍ଷା ପରିମାଣ କମି ଚାଲିଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ମାଳଭୂମି କୋରାପୁଟରେ ଏସିର ବ୍ୟବହାର ମଧ୍ୟ ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe