ପଥର ରଖିବାକୁ କାଟିଦେଲେ ଶତାଧିକ ଗଛ

Advertisment
ପଥର ରଖିବାକୁ କାଟିଦେଲେ ଶତାଧିକ ଗଛ

ପୁରୀ : ‘ଫନି’ ପରେ ଥୁଣ୍ଟା ଗଛରେ ପତ୍ର କଅଁଳିଥିଲା। ଗୋଟିଏ କି ଦୁଇଟି ନୁହେଁ, ଶତାଧିକ ଗଛ ଫନିର ପ୍ରହାର ପରେ ବି ପତ୍ର ଦେଇ ମୁଣ୍ଡ ଟେକିଥିଲେ। କିନ୍ତୁ ପଥର ଷ୍ଟକ୍‌ ରଖିବା ପାଇଁ ଏହି ପୁରୁଣା ଗଛ ସବୁକୁ କାଟି ଦିଆଯାଇଛି। ଏପରି ଗଛ କାଟି ପ୍ରାୟ ୬ ଏକର ଜମିକୁ ସଂପୂର୍ଣ୍ଣ ମରୁଭୂମିରେ ପରିଣତ କରି ଦିଆଯାଇଛି। ଏବେ ବି ଗଛ କଟା ଜାରି ରହିଥିବାବେଳେ ପରିବେଶପ୍ରେମୀଙ୍କୁ ଏହା ଶକ୍ତ ଆଘାତ ଦେଇଛି।

କାଠପୋଲ ନିକଟରେ ମାଳତୀପାଟପୁର ବସଷ୍ଟାଣ୍ଡ୍‌କୁ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଖଣ୍ଡେଲାଇଟ୍‌ ପଥର ଷ୍ଟକ୍‌ୟାର୍ଡ ତିଆରି କରାଯାଉଛି। ଏଥିପାଇଁ ମାଳତୀପାଟପୁର ବସ୍‌ଷ୍ଟାଣ୍ଡକୁ ଲାଗି ଥିବା ମହାପ୍ରଭୁଙ୍କ ୬ ଏକର ଆମ୍ବ ବଗିଚାରେ ପାଚେରି ବୁଲାଯାଇଛି। ଓବିସିସି ଏହି କାମ କରୁଛି। ପ୍ରାୟ ୧ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ପାଚେରି ବୁଲା ସହ ମାଟି ପୋତାଯାଉଛି। ମାଟି ପକାଇ ସମତୁଲ ପରେ ଏହା ଓଡ଼ିଶା ମାଇନିଂ କର୍ପୋରେସନ୍‌କୁ ହସ୍ତାନ୍ତର କରାଯିବ। ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଆବଶ୍ୟକ ଖଣ୍ଡେଲାଇଟ୍‌ ପଥର ସବୁ ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରୁ ଆସି ଏଠାରେ ଗଚ୍ଛିତ ରଖାଯିବ। ଏ ସଂପର୍କରେ ଓବିସିସି-୨ ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରକଳ୍ପ କାମ କେବଳ ଆମକୁ କରିବାକୁ ଦେଇଛି। ବାକି ଗଛ କାଟିବା ଓ ଅନ୍ୟାନ୍ୟ କାମ ଶ୍ରୀମନ୍ଦିର ପ୍ରଶାସନ ବୁଝୁଛି। ଆମ ଦାୟିତ୍ବ କେବଳ ପାଚେରି ବୁଲା, ମାଟି ପକାଇବା ଓ ଏହାକୁ ସମତୁଲ କରିବା। ଏହି ପ୍ରକଳ୍ପ କାମ ସରିବା ପରେ ଓଏମ୍‌ସିକୁ ହସ୍ତାନ୍ତର ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe