ଟ୍ରେଲର ଧକ୍କାରେ ବାଇକ୍ ଆରୋହୀ ମୃତ 

ପୋଲରୁ ୧୫ଫୁଟ ତଳକୁ ଗାଡ଼ି ଖସିଲା; ୨ ଶିଶୁ, ଜଣେ ମହିଳା ଗୁରୁତର, ୭ ଆହତ

ବ୍ରଜରାଜନଗର: ଜାତୀୟ ରାଜପଥ ୪୯ର ଗାନ୍ଧୀ ଛକ ଫାଣ୍ଡି  ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ଶନିବାର ଏକ ଟ୍ରେଲର୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ବେଲପାହାଡ଼ ଶନି ମନ୍ଦିର ନିକଟ ଶିବମ୍‌ ପେଟ୍ରୋଲ୍‌ ପମ୍ପ୍‌ରେ କାମ କରୁଥିବା ସନ୍ଦୀପ ସିଂହ ଆଜି ସକାଳ ପ୍ରାୟ ୯ଟା ବେଳେ ବାଇକ୍‌ (ଓଆର୍‌ ୨୩ବି-୭୫୯୨)ରେ ଘରକୁ ଫେରୁଥିଲେ।

ମାତ୍ର ଉପରୋକ୍ତ ସ୍ଥାନରେ ଏକ ଟ୍ରେଲର୍‌ ତାଙ୍କୁ ଧକ୍କା ଦେବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ସମାଜସେବୀ ପରାଧୀନ ତନ୍ତି, କ୍ଷମାଶୀଳ ସାହୁ, ହରିଶଙ୍କର କଣ୍ଟା ଓ ସୁବଳ ପ୍ରମୁଖ ତାଙ୍କୁ ଉଦ୍ଧାର କରି ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଚାଳକ ଟ୍ରେଲର୍‌ ଧରି ଫେରାର୍‌ ହୋଇଯାଇଥିବା ବେଳେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe