ସରିଲା ଜନଜାତି କଳାବସ୍ତୁ ମେଳା : ମଣିପୁର ପଥର, ବାରିପଦା ସବାଇ ଘାସ ଶିଳ୍ପ ପ୍ରଥମ

ସରିଲା ଜନଜାତି କଳାବସ୍ତୁ ମେଳା : ମଣିପୁର ପଥର, ବାରିପଦା ସବାଇ ଘାସ ଶିଳ୍ପ ପ୍ରଥମ

ଭୁବନେଶ୍ବର : ଶେଷ ହୋଇଛି ଜନଜାତି କଳାବସ୍ତୁ ମେଳା। ୭ଦିନ ବ୍ୟାପୀ ଚାଲିଥିବା ଏହି ମେଳାରେ ୧୪ଟି ରାଜ୍ୟରୁ ଜନଜାତି କଳାକାର ଅଂଶଗ୍ରହଣ କରି ସ୍ବନିର୍ମିତ କଳାବସ୍ତୁ ପ୍ରଦର୍ଶନ କରିଥିଲେ। ମୋଟ୍‌ ୭୨ଟି ଷ୍ଟଲ୍‌ ଲାଗିଥିବା ବେଳେ ୧୫ଲକ୍ଷ ଟଙ୍କାର ବିକ୍ରିବଟା ହୋଇଛି। ଏଥିସହ ୬ଟି ସଂଗଠନକୁ ପୁରସ୍କୃତ କରାଯାଇଛି।

ମଣିପୁରର ପଥର ଶିଳ୍ପ ଓ ଆଇଟିଡିଏ ବାରିପଦାର ସବାଇ ଘାସ ଶିଳ୍ପ ଯୁଗ୍ମ ପ୍ରଥମ ହୋଇ ୫ ହଜାର ଟଙ୍କାର ଅର୍ଥରାଶି ସହ ପୁରସ୍କୃତ ହୋଇଛନ୍ତି। ଛତିଶଗଡ଼ର ଲୁହା କାରିଗର ଏବଂ ପଶ୍ଚିମବଙ୍ଗର ବାଉଁଶ ଶିଳ୍ପ ଦ୍ବିତୀୟ ସ୍ଥାନ ଅଧିକାର ସହ ୩ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କୃତ ହୋଇଛନ୍ତି। ମୟୂରଭଂଜ ଯଶିପୁରର ମାଙ୍କଡ଼ିଆ ଜନଜାତିଙ୍କ ଶିଆଳି ଶିଳ୍ପ ଓ ଆଇଟିଡିଏ ନବରଙ୍ଗପୁରର ଭୋତଡ଼ା ଜନଜାତି ଧାନ ଶିଳ୍ପ ପାଇଁ ଯୁଗ୍ମ ଭାବେ ୨ ହଜାର ଟଙ୍କାର ଅର୍ଥରାଶି ସହ ତୃତୀୟ ପୁରସ୍କାର ଲାଭ କରିଥିଲେ। ଅନୁସୂଚିତ ଜାତି ଜନଜାତି ଗବେଷଣା ଓ ତାଲିମ୍‌ ପ୍ରତିଷ୍ଠାନର ନିର୍ଦେଶକ ତଥା ସ୍ବତନ୍ତ୍ର ସଚିବ ପ୍ରଫେସର ଅଖିଳ ବିହାରୀ ଓତା ସମସ୍ତ ଜନଜାତିକୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe