ଆଦିବାସୀ କଳା, ସଂସ୍କୃତିର ପ୍ରଚାର ହେବ: ମନ୍ତ୍ରୀ

Advertisment
ଆଦିବାସୀ କଳା, ସଂସ୍କୃତିର ପ୍ରଚାର ହେବ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଦିବାସୀ କଳା, ସଂସ୍କୃତିର ପ୍ରଚାର ପ୍ରସାର କରାଯିବ। ଏଥିପାଇଁ ୧୮୭୨ଟି ଡ୍ୟାନ୍ସ ଗ୍ରୁପ୍‌କୁ ଡ୍ୟାନ୍ସ ପୋଷାକ ଏବଂ ସଂପୃକ୍ତ ବାଦ୍ୟ ଯନ୍ତ୍ର ଯୋଗାଇ ଦିଆଯିବ। ୬୦୦ କ୍ଲବକୁ ସେମାନଙ୍କ ସଂସ୍କୃତିର ସଂରକ୍ଷଣ ପାଇଁ ସହାୟତା ଯୋଗାଇ ଦିଆଯିବ। ହଜାରେରୁ ଅଧିକ ସାଂସ୍କୃତିକ, ଧାର୍ମିକ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକ ପାଇଁ ଜମି ରେକର୍ଡ ଯୋଗାଇ ଦିଆଯିବ। ଦକ୍ଷତା ବୃଦ୍ଧି ପାଇଁ ୬ହଜାରରୁ ଅଧିକ ପ୍ରଭାବଶାଳୀ ଆଦିବାସୀଙ୍କୁ ଚିହ୍ନଟ କରାଯିବ। ଜୀବିକା ଏବଂ ସଂସ୍କୃତି ପାଇଁ ୬ହଜାରରୁ ଅଧିକ ଅନୁଷ୍ଠାନ କରାଯିବ। ନୂତନ ଏବଂ ପୁରୁଣା ସ୍ବତନ୍ତ୍ର ଉନ୍ନୟନ ପରିଷଦ ବ୍ଲକରେ ୫୧୬ଟି କ୍ରୀଡ଼ା ଏବଂ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀଙ୍କ କାର୍ଯ୍ୟ ସମୀକ୍ଷା କରିବା ପରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ ବିଭାଗ ପକ୍ଷରୁ ୩୬ହଜାରରୁ ଅଧିକ କାରିଗର କିଟ୍ ବଣ୍ଟନ କରାଯିବ। ରାଜ୍ୟ ସରକାର ଆଦିବାସୀଙ୍କ କଲ୍ୟାଣ ଚାହୁଁଥିବାରୁ ରାଜ୍ୟର ସମସ୍ତ ପ୍ରତିଷ୍ଠିତ ଆଦିବାସୀ ବ୍ୟକ୍ତିଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ଆଦିବାସୀଙ୍କ ଉନ୍ନତି ପାଇଁ ୮୨୮ଟି ଆଦିବାସୀ ହାଟ ଚିହ୍ନଟ କରାଯାଇ ୭୯୪ଟିର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୩୬,୩୦୯ଜଣ ଆଦିବାସୀ କାରିଗରଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ୮ଟି ଜିଲ୍ଲାରେ ଆଦିବାସୀ ସଂଗ୍ରହାଳୟ ନିର୍ମାଣ କରାଯିବ। ସେହିପରି ରାଜ୍ୟରେ ଓବିସି ଗଣନା ଚାଲିଥିବାବେଳେ ଏହା ଖୁବ୍‌ ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀ କହିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାରକା ଏବଂ ବିଭାଗର ସଚିବ ରୂପା‌ରୋଶନ ସାହୁ ବିଭାଗର ବିଭିନ୍ନ ସଫଳ ଯୋଜନା ବିଷୟରେ ସୂଚନା ଦେଇଥିଲେ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଅନ୍ୟାନ୍ୟ ପଛୁଆବର୍ଗ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସିତାଂଶୁ ରାଉତ, ଅନୁସୂଚିତ ଜାତି କଲ୍ୟାଣ ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅନୁସୂଚିତ ଜନଜାତି କଲ୍ୟାଣ ନିର୍ଦ୍ଦେଶକ ଶ୍ରୀକାନ୍ତ ତରାଇ ପ୍ରମୁଖ ମଞ୍ଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe