ଗର୍ଜିଲେ ଆଦିବାସୀ: ଭାଗିରଥୀଙ୍କ ହତ୍ୟାକାଣ୍ଡର ନ୍ୟାୟ ଦାବି କଲା ମହାସଂଘ

Advertisment
ଗର୍ଜିଲେ ଆଦିବାସୀ: ଭାଗିରଥୀଙ୍କ ହତ୍ୟାକାଣ୍ଡର ନ୍ୟାୟ ଦାବି କଲା ମହାସଂଘ

ରାୟଗଡା: ରାୟଗଡା ଜିଲ୍ଲା ଆଦିବାସୀ ମହାସଂଘ ତରଫରୁ ଶୁକ୍ରବାର ଦିନ ଏକ ବିଶାଳ ରାଲିରେ ବାହାରି କୋରାପୁଟ ଛକ ଠାରୁ ପଦଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ହଜାର ହଜାର ଆଦିବାସୀ ମହିଳା ପୁରୁଷ ଏକତ୍ର ହୋଇ ନିଜ ଆଦିବାସୀ ଯୁବକ ସ୍ବର୍ଗତ ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ନ୍ୟାୟ ଦାବି କରିଥିଲେ। ଏନେଇ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

ଆଦିବାସୀ ମହାସଂଘର ସଭାପତି ଆପାଲାସ୍ବାମୀ କାଡ୍ରାକା, ସଂପାଦକ ଜଗନ୍ନାଥ ମାଣ୍ଡାଙ୍ଗି ଏବଂ ଆବାହକ ବସନ୍ତ କୁମାର ପୁଆଲାଙ୍କ ନେତୃତ୍ବରେ ହଜାର ହଜାର ମହିଳା ପୁରୁଷ ବିରାଟ ରାଲିରେ ବାହାରିଥିଲେ। ସରକାର ଏବଂ ପୁଲିସ ବିରୋଧରେ ସଂଘ ଗର୍ଜିଥିଲା। ୨୦୧୦ ମସିହାରେ ଭାଗିରଥୀଙ୍କୁ ହତ୍ୟା କରାଯାଇିଥିଲା। ଏଥିରେ ସ୍ଥାନୀୟ ନେତାଙ୍କର ହାତ ରହିଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ସେ ସରକାରୀ ଦଳର ହୋଇଥିବାରୁ ପୁଲିସ ପ୍ରଶାସନ ତାଂକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିବା ଅଭିଯୋଗ କରାଯାଇଛି।

publive-image

ପ୍ରକାଶ ଥାଉକି ଭାଗିରଥୀ ମା’ମଝିଘରିଆଣୀଙ୍କ ମନ୍ଦିର କମିଟିର ଜଣେ ସଦସ୍ୟ ଥିଲେ। ସେତେବେଳେ ମନ୍ଦିରର ଟ୍ରଷ୍ଟରେ ଟଂକା ହେରଫେର ହେବା ନେଇ ସେ ଅବଗତ ହେବା ପରେ ଏହା ବିରୋଧର୍ ସ୍ବରତ୍ତୋଳନ କରିଥିଲେ ବୋଲି ସଂଘ କହିଛି। ତାଂକୁ ୧୨-୧୦-୨୦୧୦ ମସିହାରେ ବୈଠକକୁ ଡକାଯାଇଥିଲା। ଭାଗରଥୀ ବୈଠକକୁ ଆସିଥିଲେ କିନ୍ତୁ ସେ ସେଠାରୁ ଗାଏବ ହୋଇଯାଇଥିଲେ। ତାଂକ ବାଇକ୍‌ କିନ୍ତୁ ମନ୍ଦିର ନିକଟରେ ରହିଥିଲା। ତାଂକୁ ଅପହରଣ କରାଯାଇ ହତ୍ୟା କରାଯାଇଥିଲା ବୋଲି ସଂଘ ଅଭିଯୋଗ କରିଛି। ସମସ୍ତ ଗୁପ୍ତ ରହସ୍ୟ ପଦାରେ ପଡିବା ଭୟରେ ତାଂକୁ ହତ୍ୟା କରାଯାଇଥିବା କୁହାଯାଇଛି।

ତେବେ ଏନେଇଦୀର୍ଘ ବର୍ଷ ହେଲା ସଂଘ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ କରାଯାଇଛି। ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ରରେ ଏସବୁ ବିଷୟରେ ଉଲ୍ଲେଖ କରାଯାଇ ପୁଣି ନ୍ୟାୟ ପାଇଁ ଦାବି କରାଯାଇଛି। ଏଥିସହ ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ଏବଂ ଜାଲସାଜିକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ବିଭିନ୍ନ ଦାବି ନେଇ ସଂଘ ଆଜି ଗର୍ଜିଥିଲା। ସଂଘ ଆଗାମୀ ନିର୍ବାଚନରେ ଏହାର ଉତ୍ତର ଦେବ ବୋଲି କହିଛି। ସ୍ବର୍ଗତ ଭାଗିରଥୀଙ୍କୁ ନ୍ୟାୟ ଦିଆଯାଉ ବୋଲି ଏକାସ୍ବରରେ ସଂଘର ସଦସ୍ୟମାନେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe