ପିପିଲି: ପିପିଲିରେ ଆଜି ରାତି ପ୍ରାୟ ୮ଟାବେଳେ ଗୋଷ୍ଠୀ ସଂଘର୍ଷ ଘଟି ୩ରୁ ଅଧିକ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଥିବା ବେଳେ ସଂଘର୍ଷର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ଲୁହାରଡ୍ ଓ ଖଣ୍ଡା ଚୋଟରେ ରାକେଶ ବାରିକ, ଶିବପ୍ରସାଦ ବେହେରା, ଅନୁପ ମଲ୍ଲିକ ଗୁରୁତର ଆହତ ହୋଇ ପିପିଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ପିପିଲିରେ ଉତ୍ତେଜନା ପ୍ରକାଶ ପାଇଛି। ରାତି ସାଢେ ୯ଟା ସୁଦ୍ଧା ପିପିଲି ଥାନାରେ ଏ ସମ୍ପର୍କରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାଯାଇଛି। ପୁଲିସ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି।
ପିପିଲିରେ ଗୋଷ୍ଠୀ ସଂଘର୍ଷ: ୩ ଗୁରୁତର
Advertisment
Follow Us