ଆଦିବାସୀ ସଂରକ୍ଷଣରେ ଚଞ୍ଚକତା ହୋଇଛି : କଂଗ୍ରେସ

Advertisment
ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: କଂଗ୍ରେସ

Facebook

ଭୁବନେଶ୍ୱର : ରାଜ୍ୟ ସରକାର ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଦିବାସୀମାନଙ୍କ ପାଇଁ ସଂରକ୍ଷଣରେ କେବଳ ଚଞ୍ଚକତା କରିନାହାନ୍ତି ବରଂ ସମ୍ବିଧାନ ଏବଂ ଆଇନ୍‌କୁ ଅଣଦେଖା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ପିସିସି ଆଦିବାସୀ ସେଲ୍‌ର ଅଧ୍ୟକ୍ଷ ଭୁଜବଳ ମାଝୀ କହିଛନ୍ତି ଯେ, ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୨.୫% ଥିବା ବେଳେ ସେମାନଙ୍କୁ ୨୩ଟି ଜିଲ୍ଳା ଓ ୧୯୫ଟି ବ୍ଲକରେ ସରପଞ୍ଚ ଏବଂ ସମିତି ଅଧ୍ୟକ୍ଷ ପଦରେ ସଂରକ୍ଷଣ ନଦେବା ସରକାରଙ୍କର ଆଦିବାସୀ ମାନଙ୍କ ପ୍ରତି ବୈମାତୃକ ମନୋଭାବର ପରିଚୟ। ଆଦିବାସୀମାନଙ୍କୁ ସଂରକ୍ଷଣ ଦେବା କ୍ଷେତ୍ରରେ ଯେଉଁ ତାଲିକା ବିଭିନ୍ନ ଜିଲ୍ଲାଗୁଡ଼ିକରେ ପ୍ରକାଶ ପାଇଛି ସେଥିରେ ଅସଂଗତି ରହିଛି ଏବଂ ଅନେକ ପଞ୍ଚାୟତ ଓ ବ୍ଲକ ଆଦିବାସୀ ଜନସଂଖ୍ୟାବହୁଳ ଥିବା ବେଳେ ସେମାନଙ୍କୁ ସଂରକ୍ଷଣର ସୁଯୋଗ ଦିଆଯାଇ ନାହିଁ। ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ମାନଙ୍କର ମେଳି ଓ ଆନ୍ଦୋଳନ ଦେଖାଦେଇଛି। କଂଗ୍ରେସ ସେମାନଙ୍କର ଆନ୍ଦୋଳନକୁ ସମର୍ଥନ କରିବା ସହିତ ରାଜ୍ୟ ସରକାର ତୁରନ୍ତ ଆଦିବାସୀ ମାନଙ୍କର ସଂରକ୍ଷଣ କ୍ଷେତ୍ରରେ ସଂଶୋଧିତ ତାଲିକା ପ୍ରକାଶ କରି ନିର୍ବାଚନକୁ ଯାଆନ୍ତୁ ବୋଲି କଂଗ୍ରେସ ଦାବି କରିଛି। ତାହା ନହେଲେ ଆଦିବାସୀ ମାନେ ସେମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ ଓ ସାଧାରଣ ସମ୍ପାଦକ ଚିନ୍ମୟ ସୁନ୍ଦର ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe