କୁଆପଥର ମାଡ଼ରେ ହଜାର ହଜାର ମହୁଲ ଗଛ ଥୁଣ୍ଟା: ଚିନ୍ତାରେ ଆଦିବାସୀ ପରିବାର

Advertisment

ମୟୂରଭଞ୍ଜ ଜିଲ୍ଲାର ବଣପାହାଡ଼ ଘେରା ରାଇରଙ୍ଗପୁର ଉପଖଣ୍ଡର ବନବାସୀ ପ୍ରାୟତଃ ଜଙ୍ଗଲ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ଜଙ୍ଗଲରୁ ଜାଳେଣି କାଠ ଠାରୁ ଆରମ୍ଭ କରି ଜଙ୍ଗଲ ଜାତ ଦ୍ରବ୍ୟ କେନ୍ଦୁ....

ମୟୂରଭଞ୍ଜ ଜିଲ୍ଲାର ବଣପାହାଡ଼ ଘେରା ରାଇରଙ୍ଗପୁର ଉପଖଣ୍ଡର ବନବାସୀ ପ୍ରାୟତଃ ଜଙ୍ଗଲ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ଜଙ୍ଗଲରୁ ଜାଳେଣି କାଠ ଠାରୁ ଆରମ୍ଭ କରି ଜଙ୍ଗଲ ଜାତ ଦ୍ରବ୍ୟ କେନ୍ଦୁ....

hfshfhfs

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବଣପାହାଡ଼ ଘେରା ରାଇରଙ୍ଗପୁର ଉପଖଣ୍ଡର ବନବାସୀ ପ୍ରାୟତଃ ଜଙ୍ଗଲ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ଜଙ୍ଗଲରୁ ଜାଳେଣି କାଠ ଠାରୁ ଆରମ୍ଭ କରି ଜଙ୍ଗଲ ଜାତ ଦ୍ରବ୍ୟ କେନ୍ଦୁ, ପାଳୁଅ, ଝୁଣା, ଶାଳପତ୍ର, ଶାଳଫୁଲ, ମହୁଲ ସଂଗ୍ରହ କରି ନିକଟ ହାଟବଜାରରେ ବିକ୍ରୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ତେବେ ନିକଟରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଆଦିବାସୀଙ୍କ ଭାତହାଣ୍ଡି ଉଜାଡ଼ି ଦେଇଛି। କୁଆପଥର ମାଡ଼ରେ ମହୁଲ ଝଡ଼ି ଗଛ ସବୁ ଥୁଣ୍ଟା ‌ହୋଇଯାଇଛି। ମହୁଲ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ଆଦିବାସୀ ପରିବାର ଏବେ ଚିନ୍ତାରେ ପଡ଼ିଛନ୍ତି।

ଏଠାକାର ଅଧିବାସୀମାନଙ୍କର ବାର୍ଷିକ ଆୟର ପ୍ରାୟ ୩୦ ପ୍ରତିଶତ ମହୁଲରୁ ପାଇଥାନ୍ତି। ହେଲେ, ଅଭାବୀ ବିକ୍ରି ପାଇଁ ସେମାନେ ଉଚିତ ମୂଲ୍ୟ ପାଉନାହାନ୍ତି। ବାହାର ଦଲାଲମାନେ ମହୁଲ ବଜାରକୁ କବ୍‌ଜାରେ ମୁନାଫା ଉଠାଉଛନ୍ତି।  ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଅସାଧୁ ବ୍ୟବସାୟୀ, ଦଲାଲମାନେ ଗାଁଗାଁରେ ପହଞ୍ଚି ମହୁଲ ଅମଳ ପୂର୍ବରୁ ଗଛ ମାଲିକ ଓ ଜଙ୍ଗଲରୁ ସଂଗ୍ରହ କରୁଥିବା ଲୋକଙ୍କୁ ବଇନା ଦେଇ କିଣି ନେଉଛନ୍ତି। ପରେ ଏହାକୁ ଚଢ଼ା ଦରରେ ବିକ୍ରିକରି ମାଲାମାଲ ହେଉଛନ୍ତି। ତଥ୍ୟ ଅନୁସାରେ, ଓଡ଼ିଶାରେ ବାର୍ଷିକ ପ୍ରାୟ ୨ ଲକ୍ଷ ଟନ୍ ମହୁଲ ଉତ୍ପାଦିତ ହୋଇଥାଏ। ସେଥିମଧ୍ୟରୁ ୩୦ ପ୍ରତିଶତ ମହୁଲ ମୟୂରଭଞ୍ଜ ଜିଲ୍ଲାରୁ ଉତ୍ପାଦିତ ହୋଇଥାଏ। ମହୁଲରୁ ମଦ ପ୍ରସ୍ତୁତ ସହ ପ୍ରକ୍ରିୟାକରଣ କରି ସୁସ୍ବାଦୁ କେକ୍‌, ଜାମ୍‌, ବିସ୍କୁଟ୍‌ ମଧ୍ୟ ତିଆରି କରାଯାଉଛି। ଏହାଛଡ଼ା ଆୟୁର୍ବେଦିକରେ ଶକ୍ତି ବର୍ଦ୍ଧକ ଔଷଧ ପାଇଁ ଏହାକୁ ବ୍ୟବହାର କରାଯାଉଛି। ମହୁଲରେ ୬.୬୭% ପୁଷ୍ଟିସାର, ୬୦% ଶ୍ୱେତସାର, ୦.୯% ସ୍ନେହସାର ସହ କ୍ୟାଲସିୟମ ଓ ଫସ୍‌ଫରସ ରହିଛି। 

ଗୋଟିଏ ଗଛରୁ ୨୦ କିଲୋରୁ ୨୦୦ କିଲୋ ପର୍ଯ୍ୟନ୍ତ ମହୁଲ ମିଳିଥାଏ।  କ୍ବିଣ୍ଟାଲ ପ୍ରତି ୪ରୁ ୬ ହଜାର ଟଙ୍କା ଦରରେ ଦଲାଲମାନଙ୍କୁ ମହୁଲ ବିକ୍ରି କରାଯାଉଛି। ପ୍ରତି ପରିବାର ହାରାହାରି ୪ରୁ ୬ କ୍ବିଣ୍ଟାଲ ମହୁଲ ସଂଗ୍ରହ କରିଥାନ୍ତି।  ତେବେ, ନିକଟରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ଼, ପ୍ରବଳ ବର୍ଷା ପବନ ଯୋଗୁଁ ଜିଲ୍ଲାର ବିଶୋଇ, ବିଜାତଳା, ବାଙ୍ଗିରିପୋଷି, କରଞ୍ଜିଆ, ଯଶିପୁର ଓ ଠାକୁରମୁଣ୍ଡା ପ୍ରଭୃତି ଅଞ୍ଚଳରେ ବହୁ ମହୁଲ ଗଛ ନଷ୍ଟ ହୋଇଯାଇଛି। ଅନେକ ଗଛରୁ ମହୁଲ ଝଡ଼ି ଥୁଣ୍ଟା ହୋଇଯାଇଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଆଦିବାସୀ ପରିବାର ରୋଜଗାର ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe