ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ଆଦିବାସୀ ନେତା, ଆଦିବାସୀଙ୍କୁ ଧୋକା ଦେଇଛନ୍ତି ନିରଞ୍ଜନ

Advertisment
ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ଆଦିବାସୀ ନେତା, ଆଦିବାସୀଙ୍କୁ ଧୋକା ଦେଇଛନ୍ତି ନିରଞ୍ଜନ

The New Yorker

କଣ୍ଟାମାଳ: ଆଦିବାସୀଙ୍କ ମୁଖିଆ ସାଜି ସରକାରଙ୍କ ବିରୋଧ କରି ଆସୁଥିବା ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ମହାସଚିବ ନିରଞ୍ଜନ ବିଶି ରାଜ୍ୟସଭା ସାଂସଦ ହେବା ପରେ ଆଦିବାସୀ ସମାଜରେ ଅସନ୍ତୋଷ ଦେଖାଦେଉଛି। ଗତ ପଞ୍ଚାୟତ ନିର୍ବାଚନରେ ଆଦିବାସୀ କୋଟା ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ ନିରଞ୍ଜନ। ନିର୍ବାଚନରେ କେହି ପ୍ରାର୍ଥୀ ନହେବା ପାଇଁ ଡାକରା ଦେଇଥିଲେ। ବିଗତ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ କରିଥିବା ପରିବାରକୁ ସମାଜରୁ ବାସନ୍ଦ ମଧ୍ୟ କରାଯାଇଥିଲା।

କିନ୍ତୁ ଆଦିବାସୀଙ୍କ ବିରୋଧକୁ ପ୍ରଶମିତ କରିବା ପାଇଁ ସରକାର ବିରୋଧୀ ସାଜିଥିବା ନିରଞ୍ଜନଙ୍କୁ ରାଜ୍ୟ ସରକାର ରାଜ୍ୟସଭା ସାଂସଦ ଭାବେ ଅବସ୍ଥାପିତ କଲେ। ଫଳରେ ଆଦିବାସୀମାନେ ବିଭିନ୍ନ ସ୍ଥାନରେ ସଭା ସମିତି କରି ନିରଞ୍ଜନଙ୍କୁ ବିରୋଧ କରୁଛନ୍ତି। ମଙ୍ଗଳବାର କଣ୍ଟାମାଳ ଠାରେ କଣ୍ଟାମାଳ ବ୍ଲକ୍‌ ଆଦିବାସୀ ସଂଘ ପକ୍ଷରୁ ସଭାପତି ଡମ୍ବରୁଧର କଅଁରଙ୍କ ନେତୃତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ନିରଞ୍ଜନ ଆଦିବାସୀ ସମାଜକୁ ବ୍ୟବହାର କରି ସାଂସଦ ହୋଇ ସମାଜକୁ ଧୋକା ଦେଇଛନ୍ତି। ତେଣୁ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ସଭା ସମିତି କରାଯାଇ ବିରୋଧ କରାଯିବ। ତାଙ୍କୁ ଆଦିବାସୀ ସମାଜରୁ ବାସନ୍ଦ କରାଯିବ ବୋଲି କହିଛନ୍ତି କଣ୍ଟାମାଳ ବ୍ଲକ୍‌ ଆଦିବାସୀ ସଂଘ ସଭାପତି ଡମ୍ବରୁଧର କଅଁର। ଏହି କାର୍ଯ୍ୟକ୍ରମରେ ବ୍ଲକ୍‌ ଆଦିବାସୀ ସଂଘ କୋଷାଧ୍ୟକ୍ଷ ନରୋତ୍ତମ ମଲ୍ଲିକ, ସୁଶାନ୍ତ ମଲ୍ଲିକ, କୁନୁ ବେହେରା, ରାମେଶ୍ବର ବେହେରା, ସତ୍ୟନାରାୟଣ ମାଝୀ, ଶନିଦେବ ଝାଙ୍କର, ଗୋପୀନାଥ କହଁର, ଦାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe