କଲ୍ୟାଣ ବିଭାଗ ଶିକ୍ଷକ ସଂଘ ସହ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଆଲୋଚନା

Advertisment
କଲ୍ୟାଣ ବିଭାଗ ଶିକ୍ଷକ ସଂଘ ସହ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଆଲୋଚନା

ରାୟଗଡା: ରାୟଗଡ଼ା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଶିକ୍ଷକ ଓ ଶିକ୍ଷାନୁପରିଦର୍ଶକ ସଂଘ ପକ୍ଷରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ, ପଛୁଆ ବର୍ଗ ଉନ୍ନୟନ ବିଭାଗ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସାକ୍ଷାତ କରି ବିଦ୍ୟାଳୟ ତଥା ବିଭାଗୀୟ ଶିକ୍ଷକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।

ରାଜ୍ୟ ଉପସଭାପତି ଦୈତ୍ୟାରି ଦିଗଲ ସହ ରାୟଗଡ ଜିଲ୍ଲାର ବିଭାଗୀୟ ଶିକ୍ଷକଙ୍କ ଏକ ମିଳିତ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସର୍କିଟ ହାଉସରେ ଭେଟି ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଦାବି ଉପସ୍ଥାପନା କରିଥିଲେ।କ୍ୟାଡର ରୂଲ ଶୀଘ୍ର ଲାଗୁ କରିବା, ମେସ ପରିଚାଳନା ଦାୟିତ୍ବରୁ ଶିକ୍ଷକଙ୍କୁ ମୁକ୍ତ କରିବା, ବିଭାଗୀୟ ଶିକ୍ଷକମାନଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା, ସିସିଏଙ୍କ ଦରମା ବୃଦ୍ଧି, ନୂତନ ଶିକ୍ଷକ ନିଯୁକ୍ତି, ବିଭିନ୍ନ ସ୍ତରରେ ନୂତନ ପଦବୀ ସୃଷ୍ଟି, ହୋଷ୍ଟେଲଗୁଡିକରେ ଦେଖାଯାଉଥିବା ସମସ୍ୟାର ସମାଧାନ ଓ ଆଧୁନିକୀକରଣ କରିବା, ଶିକ୍ଷକମାନଙ୍କ ଭିତରେ ବିଭିନ୍ନ ପଦବୀ ଓ ଦରମାକୁ ନେଇ ଥିବା ଅସଙ୍ଗତି ଦୂରୀକରଣ, ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିକ୍ଷକ ସମ୍ମାନ ଓ ଶ୍ରେଷ୍ଠ ବିଦ୍ୟାଳୟ ସମ୍ମାନ ପ୍ରବର୍ତ୍ତନ କରିବା ସମେତ ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା।

ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଆଗାମୀ କ୍ୟାବିନେଟରେ ଏସବୁ ପ୍ରସଙ୍ଗଗୁଡିକ ପ୍ରତି ଗୁରୁତ୍ବ ଦେଇ ସ୍ବୀକୃତି କରିବା ଲାଗି ଶିକ୍ଷକମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ମନ୍ତ୍ରୀ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବହୁ ଉଲ୍ଲେଖନୀୟ ତଥା ଅଭିନବ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ବିଭାଗୀୟ ଶିକ୍ଷକମାନଙ୍କ କ୍ୟାଡର ରୂଲ କାର୍ଯ୍ୟ ଚାଲିଛି ଏବଂ ଖୁବଶୀଘ୍ର ତାହା ଶେଷ ହେବ ବୋଲି ମନ୍ତ୍ରୀ ସୂଚନା ଦେବା ସହ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡ଼ିକ ସମ୍ପର୍କରେ କମିଶନର ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଉଚିତ ପଦକ୍ଷେପ ଗ୍ରହଣ କରିବି ବୋଲି ମନ୍ତ୍ରୀ ସାରକା ପ୍ରତିଶ୍ରୁତି ଦେଇଥିଲେ।ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ପଣ୍ଡା, ଦେବାଶିଷ ସାମଲ,ତିରୁମୁଲା ବୋଦନା ଓ ଡ଼. ଦ୍ବିତୀଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସଫଳ ଆଲୋଚନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe