Ignite Engineers
ଭୁବନେଶ୍ୱର: ମହାବାତ୍ୟା ‘ଫନି’ ପରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ରବିବାର (ମେ’ ମାସ ୧୨) ଠାରୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଛି। ଓଡ଼ିଶାର ଅନନ୍ୟ ସଂଗ୍ରହାଳୟ ଭାରତର ବିଭିନ୍ନ ସ୍ଥାନ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସବୁଜିମା ପରପୂର୍ଣ୍ଣ ପରିସର ଏହି ଆକର୍ଷଣୀୟୀ ସଂଗ୍ରହାଳୟ ମହାବାତ୍ୟା ‘ଫନି’ ପରେ ବିଶେଷ ଭାବରେ କ୍ଷତିଗ୍ରସ୍ତ କରିଥିଲା। ବାତ୍ୟା ଯୋଗୁଁ ସଂଗ୍ରହାଳୟ ପ୍ରକୋଷ୍ଠକୁ ଅନେକାଂଶରେ କ୍ଷତି ପହଂଚାଇଥିଲା।
ମହାବାତ୍ୟାର ପରଦିନ ଠାରୁ ସଂଗ୍ରହାଳୟର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଜନଜାତି ସଂଗ୍ରହାଳୟର ନିର୍ଦ୍ଦେଶକ ଜଣାଇଛନ୍ତି ଯେ, ୫ଟି ମୁଖ୍ୟ ପ୍ରକୋଷ୍ଠ ଜନସାଧାରଣଙ୍କ ନିମିତ୍ତ ଖୋଳାଯାଇଛି। ଟୁରିଷ୍ଟ ଏବଂ ଟ୍ରାଭେଲ ଏଜେଣ୍ଟମାନଙ୍କୁ ସଂଗ୍ରହାଳୟ ପକ୍ଷରୁ ଅନୁରୋଧ କରାଯାଇଛି ଯେ, ବହୁଳ ପରିମାଣରେ ପର୍ଯ୍ୟଟକ ଆସି ଏହି ସଂଗ୍ରହାଳୟକୁ ବୁଲିବା ସହିତ ଏହାର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୁଅନ୍ତୁ।
ମହାବାତ୍ୟା ଫନି ଚଳିତ ମାସ ୩ ତାରିଖ ସକାଳ ୮ଟାରୁ ଅପରାହ୍ଣ ୪ଟା ଯାଏଁ ହେବା ଦ୍ୱାରା ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକ ବ୍ୟାପକ ହୋଇଥିଲା। ଏଥିରେ ଭୁବନେଶ୍ୱର ଅଧକ କ୍ଷତିଗ୍ରସ୍ତ ହୋଇଛି।
Follow Us