ସାପ କାମୁଡ଼ାରେ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ

Advertisment
ସର୍ପାଘାତରେ ନାବାଳିକା ମୃତ

କାଳିଆପାଣି: ସାପ କାମୁଡ଼ାରେ ଜଣେ ଆଦିବାସୀ ଛାତ୍ରର ମୃତ୍ୟୁ ହୋଇଛି। ମୃତଛାତ୍ର କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ସିଟି ହଟିଂ(ପୁରିଆଝର)ବସ୍ତିର ସାଗର ମୁଣ୍ଡାଙ୍କ ପୁଅ ଶିବ(୧୨)। କଲରଙ୍ଗି ୟୁଜିଏମ୍‌ଇ ସ୍କୁଲ୍‌ର ଷଷ୍ଠ ଶ୍ରେଣୀ ଛାତ୍ର ଶିବକୁ ଗତକାଲି ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ରାତି ପ୍ରାୟ ୧୧ଟା ସମୟରେ ପରିବାର ଲୋକେ ପୁଅକୁ ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା କରାଇଥିଲେ। ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସରେ ବାପାମାଆ ପୁଅକୁ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର ସେଠାରେ ଶିବକୁ ମୃତ ଘୋଷଣା କରିଥିଲେ। ଆଜି ଶବାଗାରରେ ମୃତ ବାଳକର ଶବ ସଂରକ୍ଷିତ ରଖାଯାଇଛି।

ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି। ସୂଚନା ଯୋଗ୍ୟ ଯେ, ଗତକାଲି ରାତି ୧୧ଟା ବେଳେ ଶୋଇଥିବା ଶିବ ଉପରେ ଏକ ପାହାଡ଼ି ଚିତି ଚାଲୁଥିବା ଦେଖି ପରିବାର ଲୋକେ ସାପଟିକୁ ପିଟି ମାରି ଦେଇଥିଲେ। କିଛି ସମୟ ପରେ ଶିବ ଦେହରେ ବିଷ ପ୍ରକ୍ରିୟା ଦେଖା ଦେବାରୁ ସାଗର ଓ ତାଙ୍କ ପତ୍ନୀ ପୁଅକୁ ରାତାରାତି ଗୁଣିଆ ପାଖକୁ ନେଇଯାଇଥିଲେ। ଆଜି ଅପରାହ୍ଣ ଅଢ଼େଇଟା ପ‌ରେ ଗୁରୁତର ପୁଅକୁ ଡାକ୍ତରଖାନା ନେଇଥିଲେ। ପ୍ରଶାସନ ପକ୍ଷରୁ ଏହି ଗରିବ ଆଦିବାସୀ ପରିବାରକୁ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe