ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ,କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଜରିଆରେ ୫ ଦଫା ଦାବି ପ୍ରଦାନ କଲା ଆଦିବାସୀ ଏକତା ମଞ୍ଚ

ଆଦିବାସୀମାନେ ନିଜର ଜୀବନ-ଜୀବିକା ସହିତ ସମ୍ପୃକ୍ତ ଜଙ୍ଗଲ, ଜମି ଓ ଜଳ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପଜିଲ୍ଲାପାଳଙ୍କ ଜରିଆରେ ୫ ଦଫା ଦାବି ପତ୍ର ପ୍ରଦାନ କରିଥିଲେ...

Tribal Unity Forum submitted a 5-point demand to the Chief Minister through the Kuchinda Sub-District Collector

Tribal Unity Forum submitted a 5-point demand to the Chief Minister through the Kuchinda Sub-District Collector

କୁଚିଣ୍ଡା: ଆଦିବାସୀ ଏକତା ମଞ୍ଚ କୁଚିଣ୍ଡା ପକ୍ଷରୁ ସୋମବାର ପୂର୍ବାହ୍ନ ୧୧ ଟା ସମୟରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରୁ ସଭାପତି ଗଜେନ୍ଦ୍ର ଭୋଇଙ୍କ ସଭାପତିତ୍ଵରେ ଏକ ବିରାଟ ଶୋଭାଯତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ପହଞ୍ଚିଥିଲା। କାର୍ଯ୍ୟାଳୟ ପରିସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଏହି ସଭାରେ ଆଦିବାସୀମାନେ ନିଜର ଜୀବନ-ଜୀବିକା ସହିତ ସମ୍ପୃକ୍ତ ଜଙ୍ଗଲ, ଜମି ଓ ଜଳ

ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପଜିଲ୍ଲାପାଳଙ୍କ ଜରିଆରେ ୫ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ଆଦିବାସୀ ଏକତା ମଞ୍ଚ,କୁଚିଣ୍ଡା ପକ୍ଷରୁ ଦାବିରେ ଜଣାଯାଇଛି ଯେ, ପୁରୁଷାନୁକ୍ରମେ ସେମାନେ ଜଙ୍ଗଲ ଜମିରେ ଚାଷ କରି ଆସୁଥିଲେ  କିନ୍ତୁ, କିଛି ପରିବାର ପଟ୍ଟା ପାଇଥିବାବେଳେ ବହୁ ପରିବାର ଆଜି ପର୍ଯ୍ୟନ୍ତ ପଟ୍ଟା ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି । ଯେଉଁମାନେ ପଟ୍ଟା ପାଇଛନ୍ତି, ସେମାନେ ମଧ୍ୟ ନିଜର କଷ୍ଟରେ ଉତ୍ପାଦିତ ଧାନ ବିକ୍ରି କରିପାରୁନାହାନ୍ତି ।

ସେମାନଙ୍କ ମୁଖ୍ୟ ଦାବିଗୁଡିକ ହେଲା ଦଖଲରେ ଥିବା ଜଙ୍ଗଲ ଜମିରେ  ପରିବାରଙ୍କୁ ପଟ୍ଟା ପ୍ରଦାନ, ଲେମ୍ପସ ମାଧ୍ୟମରେ ଧାନ ବିକ୍ରି ସହ ସମସ୍ତ ସରକାରୀ ସୁବିଧା ପ୍ରଦାନ, ରିଜର୍ଭ ଜଙ୍ଗଲରେ ବଣ୍ଟା ହୋଇଥିବା ପଟ୍ଟାକୁ କାର୍ଯ୍ୟକାରୀ କରାଯାଉ, ଶିକ୍ଷା ଓ ଛାତ୍ରାବାସରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶୋଷଣ ମୁକ୍ତ କରାଯାଉ, କୁଚିଣ୍ଡାକୁ ଏକ ଆଦିବାସୀ ଜିଲ୍ଲା ଘୋଷଣା କରାଯାଉ।

ଏସବୁ ସରକାର ଯଦି ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ, ତେବେ ପରମ୍ପରାଗତ ଜୀବନ-ଜୀବିକା ସୁରକ୍ଷିତ ହେବ ବୋଲି ଆଦିବାସୀ ଏକତା ମଞ୍ଚ,କୁଚିଣ୍ଡା ପକ୍ଷରୁ ସଭାପତି ଗଜେନ୍ଦ୍ର ଭୋଇ କହିଛନ୍ତ। ଏହି ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠକ ବିଜୟ ପରିଡା ମୁଖ୍ୟ ଅତିଥି ଓ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଗଠନ ,ଝାରସୁଗୁଡ଼ାର ସତ୍ୟ ନାରାୟଣ ରାଓ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଆଦିବାସୀ ଏକତା ମଞ୍ଚ,କୁଚିଣ୍ଡା ର ପ୍ରଶ୍ଣନ ପ୍ରଧାନ,ହରେଶ ଭୋଇ, ରଘୁମଣି ମାଝୀ, ସଂସାର ମୁଣ୍ଡା,ବିମୋଜ ଭୋଇ, ତୁଲାରମ୍ ମାଝୀ,ଯୁଗଳ ପ୍ରଧାନ, ଆଦର୍ଶ ପ୍ରଧାନ,ରଥ ମୁଣ୍ଡା,ଭୂପତି ନାଏକ,ଗୌତମ ମାଝୀ ,ପର୍ଶୁରାମ ମାଝୀ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଗଗନ ଶର୍ମା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe