ଖଣ୍ଡୁଆଳ ମାଳିର ମୁଠାଏ ମାଟି ବି ନଛାଡିବା ପାଇଁ ବଜ୍ର ଶପଥ ନେଲେ ଆଦିବାସୀ

Advertisment
ଖଣ୍ଡୁଆଳ ମାଳିର ମୁଠାଏ ମାଟି ବି ନଛାଡିବା ପାଇଁ ବଜ୍ର ଶପଥ ନେଲେ ଆଦିବାସୀ

ଥୁଆମୂଳ ରାମପୁର: ଆଜି ବିଶ୍ବ ପରିବେଶ ଦିବସ। ଏହି ଅବସରରେ ଖଣ୍ଡୁଆଳ ମାଳି ଏବଂ କର୍ଲାପାଟ ଭଳି ପ୍ରକୃତି ଭରା ପରିବେଶର ସୁରକ୍ଷା ପାଇଁ ପେରମଞ୍ଜି ଠାରେ ଖଣ୍ଡୁଆଳ ମାଳି ସୁରକ୍ଷା ସମିତି ଦ୍ବାରା ଆୟୋଜିତ ସମାବେଶରେ ନିଷ୍ପତ୍ତି ନେଇଛନ୍ତି ଆଦିବାସୀ। ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁସାରେ ଖଣି ଖନନ କରିବା ପୂର୍ବରୁ ଗ୍ରାମସଭାର ଅନୁମତି ନେବା ବାଧ୍ୟ। କିନ୍ତୁ ପରିତାପର ବିଷୟ ଖଣ୍ଡୁଆଳ ମାଳି ଖଣି ଖନନ ପାଇଁ ରାଜ୍ୟ ସରକାର ଆଦିବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଖଣି ଲିଜ୍ ଦେଇଛନ୍ତି।। ଏହି ଖଣ୍ଡୁଆଳ ମାଳି ଏବଂ କର୍ଲାପାଟ ଅଭୟାରଣ୍ୟ ଯଦି ଖଣି ଖନନ ଦ୍ବାରା ପ୍ରଭାବିତ ହେବ ତେବେ ଶୁଖିଯିବ ୩୫୦ ଝରଣା, ନିଶ୍ଚିହ୍ନ ହେଇଯିବ ଅନେକ ଔଷଧୀୟ ବୃକ୍ଷ, ନିଷ୍ପ୍ରଭ ହେଇଯିବେ ଜଙ୍ଗଲୀ ଜନ୍ତୁ, ନାଗାବଳୀ ଓ ସଗଡା ଭଳି ନଦୀ ସତ୍ତା ହରାଇବ। ଯଦି ରାଜ୍ୟ ଚଳାଇବା ପାଇଁ ଖଣି ନଷ୍ଟ କରାଯାଉଛି, ତେବେ ଜୀବନ ବଞ୍ଚାଇବା ପାଇଁ କ'ଣ କରିବେ ସରକାର? ବୋଲି ଥୁଆମୂଳ ରାମପୁର ବ୍ଲକ ପେରମଞ୍ଜି ଠାରେ ଆୟୋଜିତ ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ସଭାପତି କାର୍ତ୍ତିକ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ନର୍ମଦା ବଞ୍ଚାଅ ଆନ୍ଦୋଳନର ପ୍ରମୁଖ ନେତ୍ରୀ ମେଧା ପାଟେକର, ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା, ବରଗଡର କୃଷକ ନେତା ଲିଙ୍ଗରାଜ, ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକ୍କା, ସିଦ୍ଧାର୍ଥ ନାଏକ, ଲିଙ୍ଗରାଜ ଆଜାଦ, ନିରଞ୍ଜନ ବିଦ୍ରୋହୀ ଆଇନଜୀବୀ ନରେନ୍ଦ୍ର ମହାନ୍ତି, ସତ୍ୟ ମହାର, ସୁରେଶ ସଂଗ୍ରାମଙ୍କ ସମେତ ରାୟଗଡା, ବରଗଡ, କୋରାପୁଟ, ବଲାଙ୍ଗୀର ଅଞ୍ଚଳର ଅନେକ ସଂଗ୍ରାମୀ ନେତା ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe