ରାସ୍ତାକଡ଼ରେ ପ୍ରସବ କଲେ ଡଙ୍ଗରିଆ ମହିଳା

Advertisment
ରାସ୍ତାକଡ଼ରେ ପ୍ରସବ କଲେ ଡଙ୍ଗରିଆ ମହିଳା

କଲ୍ୟାଣସିଂହପୁର : କିଛି ଦିନର ଅନ୍ତରାଳ ପରେ ପୁଣି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଦେଖିବାକୁ ମିଳିଛି ଜନନୀ ଯାତନାର କରୁଣ ଚିତ୍ର। ମା’ ଓ ଶିଶୁଙ୍କ ପାଇଁ ଅଭିଶପ୍ତ ପାଲଟିଥିବା ଏହି ଅଞ୍ଚଳରେ ପୁଣି ଜଣେ ଡଙ୍ଗରିଆ ମହିଳା ରାସ୍ତା କଡ଼ରେ ପ୍ରସବ କରିଛନ୍ତି। ଉଭୟ ମା’ ଓ ଶିଶୁ କନ୍ୟା ସୁସ୍ଥ ଅଛନ୍ତି। ଦୁହିଁଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ତେବେ ଏହି ଘଟଣା ସରକାରୀ ଯୋଜନାର ବାସ୍ତବତାକୁ ପଦାରେ ପକାଇ ଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ତୋଟା ଗ୍ରାମର ସନିଆ ଶିକକାଙ୍କ ପତ୍ନୀ କୁଡୁଞ୍ଜି ଶିକକା(୨୫) ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ତେବେ ଗାଁକୁ ପକ୍କା ରାସ୍ତା ନଥିବାରୁ ସ୍ୱାମୀ ସନିଆ ଗୋଟିଏ ବାଉଁଶରେ ଲୁଗା ବାନ୍ଧି କାଉଡରେ ପତ୍ନୀଙ୍କୁ ପ୍ରାୟ ୫କିଲୋମିଟର ବୋହି ନେଇଥିଲେ। ଏଥିରେ ତାଙ୍କୁ ଗାଁ ଚକ୍ର ଶିକକା, ରେଲି ଶିକକା ସହଯୋଗ କରିଥିଲେ। ପାହାଡିଆ ରାସ୍ତାରେ ଭାଲେରି ଗାଁ ପାର ହୋଇ ପାର୍ସାଲି-କଲ୍ୟାଣସିଂହପୁର ଛକକୁ ବହୁ କଷ୍ଟରେ ଆସିଥିଲେ। କିନ୍ତୁ ମେଡିକାଲ ପହଞ୍ଚିବା ପୂର୍ବରୁ ହିଁ ରାସ୍ତା କଡରେ କୁଡୁଞ୍ଜି ଶିଶୁ କନ୍ୟାକୁ ପ୍ରସବ କରିଥିଲେ। ଏହାପରେ ୧୦୮ଆମ୍ବୁଲାନ୍‌ସକୁ ଯୋଗାଯୋଗ କରିବାରୁ ଗାଡି ଆସି ପହଞ୍ଚିଥିଲା। ଉଭୟ ମା’ ଓ ଶିଶୁକୁ କଲ୍ୟାଣସିଂହପୁର ମେଡିକାଲକୁ ନେଇଥିଲା। ଖବର ଲେଖା ହେବା ସୁଦ୍ଧା ଦୁହିଁଙ୍କର ଚିକିତ୍ସା ଚାଲିଥିଲା ଏବଂ ସେମାନେ ସୁସ୍ଥ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe