ତାଲା ବନ୍ଦ ଭିତରେ ଆଦିବାସୀ ମହିଳା ଭୋକରେ ମୃତ୍ୟୁବରଣ କରିବା ପ୍ରସଙ୍ଗ : ଅନାହାର ମୃତ୍ୟୁରେ ଦୋଷ ସ୍ୱୀକାର କରନ୍ତୁ ସରକାର : ନିରଞ୍ଜନ

Advertisment
ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧିର କାରଣ କ’ଣ ଶୀତ ଦିନ: ନିରଞ୍ଜନ

New Indian Express

ଭୁବନେଶ୍ୱର : ତାଲା ବନ୍ଦ ସମୟରେ ରାଜ୍ୟରେ ଘଟୁଥିବା ଅନାହାର ମୃତ୍ୟୁକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ଏପରି ଅନାହାର ମୃତ୍ୟୁ ରାଜ୍ୟରେ ଚାଲିଥିବା ଖାଦ୍ୟ ସୁରକ୍ଷା ଓ ଗରିବ କଲ୍ୟାଣ ଯୋଜନାର ଅସଲ ରୂପକୁ ପଦାରେ ପକାଉଛି। ଏଥି ପାଇଁ ପ୍ରଶାସନିକ ଅବହେଳାକୁ ଶ୍ରୀ ପଟ୍ଟନାୟକ ଦାୟୀ କରିଛନ୍ତି।

ପିସିସି ସଭାପତି କହିଛନ୍ତି ଯେ ନୟାଗଡ଼ ଜିଲ୍ଲାର କାଳିଆମ୍ବ ଗାଁର ୪୬ ବର୍ଷିୟା ଦୁଃଖୀ ଜାନୀଙ୍କର ଭୋକରେ ଘଟିଥିବା ଏକ ଦୁଃଖଦ ମୃତ୍ୟୁକୁ ସଭ୍ୟ ସମାଜରେ କଦାପି ଗ୍ରହଣ କରାଯାଇ ପାରିବ ନାହିଁ। ତାଙ୍କ ମୃତ୍ୟୁ ଜୁନ୍ ୨୪ ତାରିଖରେ ଘଟିଥିଲେ ମଧ୍ୟ କୌଣସି ପ୍ରଶାସନିକ ତତ୍ପରତା ପ୍ରକାଶ ନ ପାଇବା ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି ବିଷୟରେ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର କର୍ମକର୍ତା ଉକ୍ତ ଗାଁକୁ ଯାଇ ଯେଉଁ ତଥ୍ୟ ଉନ୍ମୋଚନ କଲେ ସେଥିରୁ ଜଣାଗଲା ଯେ ଉକ୍ତ ମହିଳା ମୃତ୍ୟୁ ପୂର୍ବରୁ ତିନି ଦିନ ଖାଇବାକୁ ନ ପାଇ ଭୋକରେ ଥିଲେ। ତାଙ୍କୁ ପିଡିଏସ୍‌ରୁ ଠିକ୍ ସମୟରେ ଖାଦ୍ୟ ସାମଗ୍ରୀ ମିଳୁ ନ ଥିଲା । ଅନ୍ନପୂର୍ଣ୍ଣା ଯୋଜନାରେ ୨୦୧୬ରେ ମିଳିଥିବା କାର୍ଡରେ ଯଦିଓ ସେ ୧୦ କିଲୋ ଚାଉଳ ମାଗଣା ପାଇବା ପାଇଁ ହକ୍‌ଦାର ଥିଲା ତେବେ ତାଙ୍କୁ ଏହା ମିଳୁ ନ ଥିଲା । ସେ ଜଣେ ଅଣକୁଶଳୀ ଶ୍ରମିକ ଭାବରେ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ କାମ ପାଇବା କଥା। ତେବେ ଏଥିରେ ମଧ୍ୟ ତାଙ୍କୁ ହତାଦାର କରାଯାଇଥିଲା। କେନ୍ଦ୍ରୀୟ ଯୋଜନା ତଥା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଜନଧନ ଯୋଜନାରେ ବି ତାଙ୍କୁ କୌଣସି ପ୍ରକାର ସହାୟତା ମିଳୁ ନ ଥିଲା । ଯାହାର ପରିଣାମ ସ୍ୱରୂପ ଶେଷକୁ ସେହି ନିରୀହ ଆଦିବାସୀ ମହିଳାଙ୍କର କ୍ଷୁଧା ଓ ଅନାହାର ଯୋଗୁ ମୃତ୍ୟୁ ଘଟିଲା। ଏଭଳି ଦୁଃଖଦାୟକ ଘଟଣାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱୀକାର କରି ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe