ଆଦିବାସୀ ଯୁବକଙ୍କୁ ମାଡ଼ ଘଟଣା, ଜଣେ ଗିରଫ

Advertisment
ମଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ

Image Courtesy of Times of India

ଅତାବିରା: ଅତାବିରା ଥାନା ଲସ୍ତଲା ଗ୍ରାମର ଯୁବକ ଜୟନ୍ତ ବାଗଙ୍କୁ ଗ୍ରାମର କିଛି ଜଣ ଯୁବକ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣାରେ ଅତାବିରା ପୁଲିସ ଲିକୁ ନାୟକକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।

ପ୍ରକାଶ ଯେ, ଲସ୍ତଲା ଗ୍ରାମର ଜୟନ୍ତ ଗତ ୨୦୨୦ ଏପ୍ରିଲ ୨୦ ତାରିଖ ରାତି ଶୌଚ କରିବାକୁ ଯାଇଥିବା ବେଳେ ଗ୍ରାମର ଗାଁ ପୋଖରୀରୁ ମାଛ ଚୋରି ଅଭିଯୋଗରେ ଗ୍ରାମର କିଛି ଲୋକ ଏକ ବିଜୁଳି ଖୁଣ୍ଟରେ ବାନ୍ଧି ‌ ଅମାନୁଷିକ ଭାବେ ମାଡ଼ ମାରିଥିଲେ। ଯାହ‌ାକୁ ନେଇ ଅତାବିରା ଥାନାରେ ଏକ ମାମଲା ହୋଇଥିଲା। ଘଟଣାର ଦେଢ଼ ବର୍ଷ ପରେ ମାଡ଼ ମାରିବା ସମୟର ଭିଡ଼ିଓ ଭାଇରାଲ ହେବା ପରେ ଅଭିଯୋଗକାରୀ ମାନବାଧିକାର କମିସନଙ୍କ ଦୃଷ୍ଟିକୁ ଆଣିଥିଲେ। ଜୟନ୍ତଙ୍କ ଘରକୁ ଅଭିଯୁକ୍ତମାନେ ଯାଇ ମାମଲା ଫେରସ୍ତ ପାଇଁ ଚାପ ପ୍ରୟୋଗ କରିବାକୁ ଯାଇ ଗାଳିଗୁଲଜ, ଧମକ ଚମକ ଦେଇଥିବା ନେଇ ଜୟନ୍ତଙ୍କ ପତ୍ନୀ ସସ୍ମିତା ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି ନେଇ ଗତ ୧୦ ତାରିଖ ଦିନ ଆଦିବାସୀ, ଓବିସି ଦଳିତ ସେନା ପକ୍ଷରୁ ଅତାବିରା ଥାନା ଘେରାଉ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ ନ କଲେ ୧୭ ତାରିଖ ବଡ଼ ଧରଣର ଆନ୍ଦୋଳନ ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe