ଅଙ୍ଗ ଦାନ କରି ୪ ଜଣଙ୍କୁ ଜୀବନ ଦାନ କଲେ ଆଦିବାସୀ ଯୁବକ

ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ରେଗେଡା ଗ୍ରାମର ଯୁବକ ଦିଲୀପ ମାଣ୍ଡାଙ୍ଗି ଦୁର୍ଘଟଣାର ଶିକାର ହୋଇ ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ର ଶ୍ରୀକାକୁଲମର ଜେମ୍ସ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ....

Tribal youth donated organs to 4 people

Tribal youth donated organs to 4 people Photograph: (sambad.in)

ରାୟଗଡା: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ରେଗେଡା ଗ୍ରାମର  ଯୁବକ ଦିଲୀପ ମାଣ୍ଡାଙ୍ଗି ଦୁର୍ଘଟଣାର ଶିକାର ହୋଇ ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ର ଶ୍ରୀକାକୁଲମର ଜେମ୍ସ  ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ।

ଗତ ବୁଧବାର ୭ ତାରିଖ ଦିନ ହୋଇଥିବା ଦୁର୍ଘଟଣାରେ  ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ବ୍ରେନ୍ ଡେଡ୍ ହୋଇସାରିଥିବା ସେଠାକାର ଡାକ୍ତର କହିଥିଲେ। ତାଙ୍କୁ ଭେଣ୍ଟିଲେଟର ମଧ୍ୟରେ ରଖାଯାଇ ଚିକିତ୍ସା କରାଯାଉଥିଲା।

ଯୁବକ ବଞ୍ଚିବା କଷ୍ଟକର ବୋଲି ଡାକ୍ତର  ପରିବାରଙ୍କୁ କହିବା ପରେ ଗୁରୁତର ଯୁବକଙ୍କର ବାପା ସତ୍ୟ ମାଣ୍ଡାଙ୍ଗି ଏବଂ ମା’ ତାଙ୍କ ପୁଅର ଶରୀରରେ ଥିବା ବିଭିନ୍ନ ଅଙ୍ଗଦାନ କରିବା ପାଇଁ ଡାକ୍ତରଙ୍କୁ କହିଥିଲେ। ତାଙ୍କ ପୁଅର ଜୀବନ ଅନ୍ୟମାନଙ୍କ ଦେହରେ ବଞ୍ଚିରହିବା ପାଇଁ ନିବେଦନ କରିଥିଲେ। ନିବେଦନ ରକ୍ଷା କରି ମେଡିକାଲ କର୍ତ୍ତୃପକ୍ଷ ଯୁବକର ଅର୍ଗାନ କାଡି ଆବଶ୍ୟକ ଥିବା ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ ପାଇଁ ସମ୍ମତି ପ୍ରକାଶ କରିଥିଲେ ।

ସୋମବାର  ବ୍ରେନ ଡେଡ୍ ଥିବା ଯୁବକ ଦିଲୀପଙ୍କ  ବିଭିନ୍ନ ଅଙ୍ଗ ଦାନକୁ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ ମେଡିକାଲ୍ କର୍ତ୍ତୃପକ୍ଷ। ଯୁବକଙ୍କ ଶରୀରରୁ ୨ଟି କିଡନି,ଲଙ୍ଗସ ଏବଂ ଲିଭର କଢ଼ାଯାଇଛି। ବିଶାଖାପାଟଣାରୁ ଶରୀରର ଅଙ୍ଗ କଡାଯିବା ପାଇଁ ନିୟୋଜିତ ହୋଇଥିବା ଏକ ଡାକ୍ତର ଟିମ୍ ଆସି ଅଙ୍ଗଗୁଡ଼ିକୁ ସୁରକ୍ଷିତ ଭାବରେ କାଢ଼ିଥିଲେ ।

ଯୁବକଙ୍କର ଅଙ୍ଗ ବାହାର କରିବା ପରେ ବିଶାଖାପାଟଣା ଓ ଆବଶ୍ୟକ ହେଉଥିବା ଅନ୍ୟ  ମେଡିକାଲ୍‌କୁ ପଠାଯାଇଥିବା ମେଡିକାଲ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ଯୁବକଙ୍କ ଅଙ୍ଗଦାନ ପରେ ଆବଶ୍ୟକତା ଥିବା ୪ ଜଣ ରୋଗୀଙ୍କ ଦେହରେ ପ୍ରତିରୋପଣ କରି ସେମାନେ ନୂତନ ଜୀବନ ଲାଭ କରିବେ ବୋଲି ମେଡିକାଲର ଟ୍ରାନ୍ସପ୍ଲାଣ୍ଟ କୋଡିନେଟର  କହିଛନ୍ତି। ଆଦିବାସୀ ପରିବାରରୁ ଆସିଥିଲେ ମଧ୍ୟ ଲୋକଙ୍କ ଜୀବନ ବଞ୍ଚିବା ପାଇଁ ପୁଅର ଶେଷ ଅବସ୍ଥାରେ ଅଙ୍ଗଦାନ କରିବା ପଦକ୍ଷେପ ନେବା ଭଳି ମହତ ଚିନ୍ତାଧାରାକୁ ନେଇ ଅଞ୍ଚଳରେ ବେଶ୍  ଚର୍ଚ୍ଚା ଜାରି ରହିଛି।

ଅଧିକ ପଢ଼ନ୍ତୁ: ଭାଜି ହେଲା ଓଡ଼ିଶା: ସମ୍ବଲପୁର ୪୨.୯ ଡିଗ୍ରି ସେଲସିୟସ ଛୁଇଁଲା, ୧୭ ସହର ୪୦ ଡିଗ୍ରି ସେଲସିୟସ ଅତିକ୍ରମ କଲା

ଅଙ୍ଗଦାନ କରିବା ପରେ ମେଡିକାଲ୍ କର୍ତ୍ତୃପକ୍ଷ ପୁଅର ମୃତଦେହକୁ ଶେଷ ସମ୍ନାନ ଜଣାଇ ପରିବାରକୁ ହସ୍ତାନ୍ତର କରିଛନ୍ତି। ସୋମବାର ରେଗେଡାରେ  ହୋଇଥିବା ଯୁବକଙ୍କ ଅନ୍ତିମ ସଂସ୍କାରରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗଦେଇ ଶେଷ ଦର୍ଶନ କରିଥିଲେ । ଆଦିବାସୀ ସମୁଦାୟରେ ଅଙ୍ଗଦାନ ଭଳି ମହତ କାର୍ଯ୍ୟ ଦିଲୀପଙ୍କ ପରିବାର କରିଥିବାରୁ ବିଧାୟକ ଏହାକୁ ପ୍ରେରଣାଦାୟକ କହି ପ୍ରଶଂସା କରିଛନ୍ତି ।

ଅଧିକ ପଢ଼ନ୍ତୁ: ଏହି ତାରିଖରୁ ପୁଣି ଆରମ୍ଭ ହେବ ଆଇପିଏଲ, ଜୁନରେ ହେବ ଫାଇନାଲ ମ୍ୟାଚ

Rayagada 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe