ଗ୍ରାମସଭାରେ ଆଦିବାସୀ-ବଙ୍ଗୀୟ ମୁହାଁମୁହିଁ: ଏମ୍‌ଭି ଗାଁର ନାମ ପରିବର୍ତ୍ତନ, ରାଜସ୍ବ ମାନ୍ୟତା ପ୍ରସ୍ତାବକୁ ତୀବ୍ର ବିରୋଧ

Advertisment

ବଙ୍ଗୀୟ ସମ୍ପ୍ରଦାୟ ବାସ କରୁଥିବା ଗ୍ରାମଗୁଡ଼ିକର ନାମ ପରିବର୍ତ୍ତନ କୌଣସି ପରିସ୍ଥିତିରେ କରାଇ ଦେବୁନି। ରାଜସ୍ବ ଗ୍ରାମର ମାନ୍ୟତା ଦେଲେ ଆନ୍ଦୋଳନ ଜୋରଦାର୍ ହେବ। ସୋମବାର ପଞ୍ଚାୟତରେ ଅନୁଷ୍ଠିତ ସ୍ବତନ୍ତ୍ର ଗ୍ରାମସଭାରେ ଏଭଳି ଚରମବାଣୀ ଶୁଣାଇଛନ୍ତି ଆଦିବାସୀ ସମ୍ପ୍ରଦାୟ।

ବଙ୍ଗୀୟ ସମ୍ପ୍ରଦାୟ ବାସ କରୁଥିବା ଗ୍ରାମଗୁଡ଼ିକର ନାମ ପରିବର୍ତ୍ତନ କୌଣସି ପରିସ୍ଥିତିରେ କରାଇ ଦେବୁନି। ରାଜସ୍ବ ଗ୍ରାମର ମାନ୍ୟତା ଦେଲେ ଆନ୍ଦୋଳନ ଜୋରଦାର୍ ହେବ। ସୋମବାର ପଞ୍ଚାୟତରେ ଅନୁଷ୍ଠିତ ସ୍ବତନ୍ତ୍ର ଗ୍ରାମସଭାରେ ଏଭଳି ଚରମବାଣୀ ଶୁଣାଇଛନ୍ତି ଆଦିବାସୀ ସମ୍ପ୍ରଦାୟ।

hfhfbbvbv

ମାଲକାନଗିରି: ବଙ୍ଗୀୟ ସମ୍ପ୍ରଦାୟ ବାସ କରୁଥିବା ଗ୍ରାମଗୁଡ଼ିକର ନାମ ପରିବର୍ତ୍ତନ କୌଣସି ପରିସ୍ଥିତିରେ କରାଇ ଦେବୁନି। ରାଜସ୍ବ ଗ୍ରାମର ମାନ୍ୟତା ଦେଲେ ଆନ୍ଦୋଳନ ଜୋରଦାର୍ ହେବ। ସୋମବାର ପଞ୍ଚାୟତରେ ଅନୁଷ୍ଠିତ ସ୍ବତନ୍ତ୍ର ଗ୍ରାମସଭାରେ ଏଭଳି ଚରମବାଣୀ ଶୁଣାଇଛନ୍ତି ଆଦିବାସୀ ସମ୍ପ୍ରଦାୟ। ସରକାରଙ୍କ ପ୍ରସ୍ତାବକୁ ବଙ୍ଗୀୟମାନେ ସମର୍ଥନ କରିଥିବା ବେଳେ ଆଦିବାସୀ ଏହାକୁ ତୀବ୍ର ବି‌ରୋଧ କରିଛନ୍ତି। ଉଭୟ ସମ୍ପ୍ରଦାୟ ମୁହାଁମୁହିଁ ପରେ ଗ୍ରାମସଭାରେ ପ୍ରସ୍ତାବ ପାରିତ ହୋଇ ପାରିନାହିଁ।

୨୦୨୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଏମ୍‌ଭି (ମାଲକାନଗିରି ଭିଲେଜ୍‌) ଗ୍ରାମଗୁଡ଼ିକର ନାମ ପରିବର୍ତ୍ତିନ ସହ ରାଜସ୍ବ ମାନ୍ୟତା ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଥିଲା। ଓଡ଼ିଶାରେ ସରକାର ଗଠନ ପରେ ବିଜେପି ପ୍ରତିଶ୍ରୁତି ପାଳନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଆଜି ମାଲକାନଗିରି ବ୍ଲକ୍‌ ସମେତ ଜିଲ୍ଲାର କାଲିମେଳା, ପଡ଼ିଆ, କୋରୁକୋଣ୍ଡା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଥିଲା। ଗ୍ରାମସଭାରେ ଗୃହୀତ ପ୍ରସ୍ତାବ ପାରିତ ହେବା ପରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥାନ୍ତା। କିନ୍ତୁ ସମସ୍ତ ପଞ୍ଚାୟତରେ ଅନୁଷ୍ଠିତ ଗ୍ରାମସଭାରେ ପଞ୍ଚାୟତବାସୀ ନାମ ପରିବର୍ତ୍ତନ ଓ ରାଜସ୍ବ ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ତୀବ୍ର ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ଏମ୍‌ଭି ଗ୍ରାମରେ ବସବାସ କରୁଥିବା ବଙ୍ଗୀୟ ସମ୍ପ୍ରଦାୟ ତୁରନ୍ତ ନାମ ବଦଳାଇବା ସହ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ଦାବି କରିଥିଲେ। ଉଭୟ ପକ୍ଷର ଦାବିକୁ ନେଇ ଗ୍ରାମସଭାରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ବ୍ଲକ୍‌ କର୍ତ୍ତୃପକ୍ଷ, ପିଇଓ ବୁଝାସୁଝା କରିଥିଲେ ମଧ୍ୟ ଉଭୟ ପକ୍ଷ ନିଜ ଜିଦ୍‌ରେ ଅଟଳ ରହିଥିବାରୁ ଗ୍ରାମସଭା ସଫଳ ହୋଇପାରିନି। 

ପ୍ରକାଶଥାଉକି, ମାଲକାନଗିରି ଜିଲ୍ଲାରେ ଏମ୍‌ଭି ନାମରେ ୨୦୦ରୁ ଊର୍ଦ୍ଧ୍ବ ଗାଁ ରହିଛି। ମାଲକାନଗିରି, କାଲିମେଳା, କୋରୁକୋଣ୍ଡା, ପଡ଼ିଆ ବ୍ଲକ୍‌ରେ ଏମ୍‌ଭି-୧ଠୁ ଆରମ୍ଭ କରି ଏମ୍‌ଭି-୨୦୦ ଏପରି ନାମରେ ଗାଁଗୁଡ଼ିକ ରହିଛି। ଏମ୍‌ଭି ବଦଳରେ ଭଲ ନାମକରଣ ପାଇଁ ସରକାର ଦେଇଥିବା ପ୍ରସ୍ତାବକୁ ମାଲକାନଗିରି ଜିଲ୍ଲାର ୧୪ଟି ଆଦିବାସୀ ମହାସଂଘ ଘୋର ବିରୋଧ କରିଆସୁଛି। ଆନ୍ଦୋଳନକୁ ଜୋରଦାର୍ କରି ଆଦିବାସୀ ସଂଘ ପୂର୍ବରୁ ସମସ୍ତ ଅଞ୍ଚଳରେ ଥିବା ଥାନା ଘେରାଉ କରି ସରକାରଙ୍କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛି। ୧୯୭୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବାଂଲାଦେଶୀ ଶରଣାର୍ଥୀଙ୍କୁ ମାଲକାନଗିରି ଜିଲ୍ଲାରେ ଥଇଥାନ କରିଥିଲେ। ଇତିମଧ୍ୟରେ ବଙ୍ଗୀୟ ସମ୍ପ୍ରଦାୟର ଜନସଂଖ୍ୟା ୧ ଲକ୍ଷ ଟପିଥିବା ବେଳେ ୮୪ ହଜାର ଭୋଟର ଅଛନ୍ତି। ବିବାଦ ପରେ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe