ଦଶପଲ୍ଲା : ଖରାତରାରେ ବଣ ଜଙ୍ଗଲ ବୁଲି ମହୁଲ ସଂଗ୍ରହ କରିଥିବା ଆଦିବାସୀଙ୍କୁ ମିଳିପାରୁନି ମହୁଲର ଉଚିତ ମୂଲ୍ୟ। ମୁଣ୍ତଝାଳ ତୁଣ୍ତରେ ମାରି ନିଜର ଜୀବିକା ନିର୍ବାହ କରିଥିବା ଦଶପଲ୍ଲା ବ୍ଲକ୍ର ଶହଶହ ଆଦିବାସୀ ପରିବାର ଏବେ ଶୋଷଣର ଶିକାର ହେଉଛନ୍ତି। ମହୁଲ ସଂଗ୍ରହ କରି ଆଦିବାସୀମାନେ ଏସବୁକୁ ଶୁଖାଇ ରଖିଥିବା ବେଳେ ବ୍ୟବସାୟୀମାନେ ଗାଁଗହଳିରେ ବୁଲି ଏସବୁକୁ ଶାଗମାଛ ଦରରେ କ୍ରୟ କରୁଛନ୍ତି।
Times of Indiaବିଶେଷକରି ଚଳିତ ବର୍ଷ ସରକାର ନୟାଗଡ଼ ଜିଲ୍ଲା ପାଇଁ ଲଘୁବନଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିନଥିବା ଆଦିବାସୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଟିଡିସିସି କର୍ତ୍ତୃପକ୍ଷ ଏବଂ ଆଦିବାସୀଙ୍କ ମଧ୍ୟରେ କୈାଣସି ସମନ୍ବୟ ମଧ୍ୟ ରହିନାହିଁ। ଯାହାର ସୁଯୋଗ ନେଇ ବ୍ୟବସାୟୀମାନେ ଚୋରାରେ ଏସବୁ ମହୁଲ ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି। କିଲୋ ପ୍ରତି ୨୫ରୁ ୩୦ ଟଙ୍କା ମୂଲ୍ୟରେ ମହୁଲ ସଂଗ୍ରହ କରାଯାଉଛି। ବ୍ୟବସାୟୀମାନେ ବିଭିନ୍ନ ସ୍ଥାନରେ ଗୋଦାମ କରି କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ମହୁଲ ମହଜୁଦ୍ କରି ରଖୁଥିବା ବେଳେ ଏସବୁକୁ ବାହାର ରାଜ୍ୟକୁ ଚଢ଼ା ଦରରେ ଚାଲାଣ କରାଯାଉଛି। ବିଶେଷକରି ଜିଲ୍ଲା ପ୍ରଶାସନର କୋହଳ ମନୋଭାବ ପାଇଁ ଆଦିବାସୀ ପରିବାରଗୁଡ଼ିକ ପରିଶ୍ରମର ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନର ସ୍ଥାଣୁତାର ସୁଯୋଗ ନେଇ ବେଧଡ଼କ ଭାବେ ଚୋରା ଚାଲାଣ ବଢ଼ିଚାଲିଛି। ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡ଼ିଛି।
Follow Us