ବୁର୍ଲା: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ଥିତି ସହିତ ବିଦ୍ୟୁତ୍ ଉତ୍ପାଦନର ମଧ୍ୟ ସମୀକ୍ଷା କରିଛନ୍ତି। ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଟ୍ରିବ୍ୟୁନାଲ ଗୁରୁବାର ରାତିରେ ସମ୍ବଲପୁରରେ ପହଞ୍ଚିଥିବା ବେଳେ ଶୁକ୍ରବାର ହୀରାକୁଦ ନଦୀବନ୍ଧର ଅଶୋକ ନିବାସ ସଭାଗୃହରେ ବହୁ ସମୟ ଧରି ସମୀକ୍ଷା କରିଛନ୍ତି। ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ, ସଦସ୍ୟ ଜଷ୍ଟିସ୍ ଡ. ରବିରଞ୍ଜନ, ସଦସ୍ୟା ଜଷ୍ଟିସ୍ ଇନ୍ଦରମିତ କୌର କୋଚର, ଆସେସର୍ ଅମରେନ୍ଦ୍ର ସିଂହ, ଆସେସର୍ କ୍ରିଷ୍ଣାନୁନ୍ନି ଏନ୍.ଏମ୍, ରେଜିଷ୍ଟ୍ରାର ଚନ୍ଦନ ମୁଖାର୍ଜୀ, ପିପିଏସ୍ ଅନିଲ ଦତ୍ତ ଶର୍ମା, ପିଏସ୍ ସୁଜିତ ଗିରି, ଏସ୍ଓ ମନୋଜ କୁମାର ପ୍ରମୁଖ ଓଡ଼ିଶା ଏବଂ ଛତିଶଗଡ଼ର ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସହିତ ବହୁ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ।
Convocation: ସତ୍ୟ ଆଧାରିତ ସାମ୍ବାଦିକତା ପାଇଁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି
ଓଡ଼ିଶାର ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା, ଛତିଶଗଡ଼ର ଆଡଭୋକେଟ୍ ଜେନେରାଲ ବିବେକ ଶର୍ମା, ଜଳସଂପଦ ବିଭାଗ ସଚିବ ରାଜେଶ ଟପ୍ପୋଙ୍କ ସହିତ ହୀରାକୁଦ କମାଣ୍ଡ ଏରିଆର ଜିଲ୍ଲାପାଳମାନେ ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲେ। ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ପାୱାର୍ ପଏଣ୍ଟ ମାଧ୍ୟମରେ ମହାନଦୀରେ ମୌସୁମୀ ଓ ଅଣମୌସୁମୀ ସମୟର ଜଳପ୍ରବାହ, ହୀରାକୁଦ ନଦୀବନ୍ଧର ଜଳଧାରଣ କ୍ଷମତା, ଜଳବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପର ସାରା ବର୍ଷର ସ୍ଥିତି, ହୀରାକୁଦ କମାଣ୍ଡ ଏରିଆର ଜଳସେଚନ ବ୍ୟବସ୍ଥା ଓ ଚାଷ ସ୍ଥିତିର ବାସ୍ତବ ଚିତ୍ର ଉପସ୍ଥାପନ କରିଥିଲେ। ସମୀକ୍ଷା ବୈଠକ ପରେ ବାମ ସ୍ପିଲୱେ ଯିବା ସମୟରେ ସହିଦ ସ୍ମୃତିସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବାମ ସ୍ପିଲୱେ ପରିଦର୍ଶନରୁ ଫେରି ଜଳବିଦ୍ୟୁତ୍ ପ୍ରକଳ୍ପ ନିରୀକ୍ଷଣ କରିଥିଲେ। ଛତିଶଗଡ଼ ଜଳ ଅବରୋଧ କରିବା ପୂର୍ବର ଓ ପରବର୍ତ୍ତୀ ସମୟର ବିଦ୍ୟୁତ ଉତ୍ପାଦନର ସ୍ଥିତି ତର୍ଜମା କରିଥିଲେ।
/filters:format(webp)/sambad/media/media_files/2026/02/28/dagadgdgadga-2026-02-28-02-18-17.jpg)
ଆଜିର ସମୀକ୍ଷା ଓ ପରିଦର୍ଶନ କାର୍ଯ୍ୟକ୍ରମ ବିଷୟରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି। ଶ୍ରୀ ଆଚାର୍ଯ୍ୟ କହିଥିଲେ, ଆଜିର ଟ୍ରିବ୍ୟୁନାଲଙ୍କ ଗସ୍ତ ବହୁତ ଗୁରୁତ୍ବ ବହନ କରୁଛି। ମହାନଦୀ ଜଳ ସମସ୍ୟାକୁ ନେଇ ସାତବର୍ଷ ଧରି ସମାଧାନ ହୋଇ ପାରୁ ନଥିବା ସମସ୍ୟା ବର୍ତ୍ତମାନ ସମାଧାନର ଅତି ନିକଟତର ଅବସ୍ଥାରେ ରହିଛି। ନୂତନ ସରକାର ଗଠନ ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ଆପୋସ ବୈଠକ ପାଇଁ ଟ୍ରିବ୍ୟୁନାଲଙ୍କ ନିକଟରେ ନିବେଦନ କରାଯାଇଥିଲା। ଅତୀତରେ ଦୁଇ ରାଜ୍ୟଙ୍କୁ ଆଲୋଚନା ନିମନ୍ତେ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲେ ସୁଦ୍ଧା ଆଗ୍ରହ ଦେଖାଇ ନଥିବା କହି ଟ୍ରିବ୍ୟୁନାଲ ନିରବ ରହିଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ଓଡ଼ିଶାର ଆବେଦନ ପରେ ଦୁଇ ରାଜ୍ୟକୁ ଆଲୋଚନା ପାଇଁ ସମୟ ଦେଇଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଜୁଲାଇ ୨୦୨୫ଠାରୁ ଆଜି ପର୍ଯ୍ୟନ୍ତ ଟ୍ରିବ୍ୟୁନାଲରେ ୮ଟି ଶୁଣାଣି ଅନୁଷ୍ଠିତ ହୋଇଛି। ଓଡ଼ିଶାର ପ୍ରସ୍ତାବରେ ଛତିଶଗଡ଼ ସରକାର ଆଲୋଚନା ପାଇଁ ରାଜି ହୋଇଛନ୍ତି।
Culture: ପ୍ରକୃତି ଓ ପରମ୍ପରାର ମହାମିଳନ ‘ବାହା ପର୍ବ’
ଓଡ଼ିଶା ମହାନଦୀରୁ ଯାହା ପାଉଥିଲା ଏବଂ ଯାହା ପାଇବା କଥା ସେ ସମସ୍ତ ସ୍ବାର୍ଥକୁ ସୁରକ୍ଷିତ ରଖି ଟ୍ରିବ୍ୟୁନାଲ୍ ଜରିଆରେ ଦୁଇ ରାଜ୍ୟ ସମାଧାନର ବାଟ ଖୋଜୁଛନ୍ତି। ମହାନଦୀ ଜଳ ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ୩୦ ହଜାର କୋଟି ଟଙ୍କାର ଇବ୍ ପ୍ରକଳ୍ପକୁ ମଞ୍ଜୁରି ମିଳି ପାରୁନାହିଁ। ଛତିଶଗଡ଼ର ବୈଷୟିକ ଦଳଙ୍କ ଉପସ୍ଥିତିରେ ମହାନଦୀର ବାସ୍ତବ ଚିତ୍ରକୁ ନିରୀକ୍ଷଣ କରାଯିବା ସହିତ ବହୁ ମାନସ ମନ୍ଥନ ପରେ ସମସ୍ୟାର ସମାଧାନ ଆମେ ନିକଟତର ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/02/ITtCTrhs7WYqZSD9uYp8.jpg)