ଛତିଶଗଡ଼ ପାଣି ନଛାଡ଼ିବା ଘଟଣା ଟ୍ରିବ୍ୟୁନାଲ ଜାଣିଛନ୍ତି ଓ ଦେଖିଛନ୍ତି, ସେ ଅନୁସାରେ ନିଷ୍ପତ୍ତି ନେବେ: ଜଳସମ୍ପଦ ମନ୍ତ୍ରୀ

Advertisment
୫ବର୍ଷରେ ଜଳସମ୍ପଦ ପାଇଁ ୭୫ହଜାର କୋଟି ଖର୍ଚ୍ଚ ହେବ

NDTV.com

ଭୁବନେଶ୍ବର: ମହନଦୀ ଟ୍ରିବ୍ୟୁନାଲ ଟିମ ଆସି ରାଜ୍ୟର ୯ଟି ଜିଲ୍ଲା ବୁଲି ଅନୁଧ୍ୟାନ କରିଛନ୍ତି। ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଯାହା ପୂର୍ବ ନିର୍ଦ୍ଧାରିତ ଥିଲା, ତାହା ବୁଲି ଦେଖିଛନ୍ତି। ଟ୍ରିବ୍ୟୁନାଲ ଉଭୟ ପକ୍ଷଙ୍କୁ ପ୍ରଶ୍ନ ପଚାରିବାକୁ ସମୟ ଦେଇଛନ୍ତି। ଏବେ ଟ୍ରିବ୍ୟୁନାଲ ସାକ୍ଷୀ ସଂଗ୍ରହ କରିବେ। ଟ୍ରିବ୍ୟୁନାଲ ଆସିବା ପୂର୍ବରୁ ଛତିଶଗଡ଼ ପାଣି ନଛାଡ଼ିବା ଘଟଣା ଟ୍ରିବ୍ୟୁନାଲ ଜାଣିଛନ୍ତି ଓ ଦେଖିଛନ୍ତି। ମାମଲା ଏବେ ଟ୍ରିବ୍ୟୁନାଲରେ ରହିଛି ଯାହାର ନିଷ୍ପତ୍ତି ଟ୍ରିବ୍ୟୁନାଲ ନେବେ ବୋଲି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭାଗ ସମୀକ୍ଷା ପରେ ଜଳସମ୍ପଦ ବିଭାଗର ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାହୁ କହିଛନ୍ତି ଯେ, ବୃହତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରି ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ୪୭ ଲକ୍ଷ ୯୭ ହେକ୍ଟର ଖରିଫ, ୨୧ ଲକ୍ଷ ୨୭ ହଜାର ହେକ୍ଟର ରବିରେ ଜଳସେଚନ ହୋଇପାରିଛି, ଯାହା ମୋଟ ୬୯.୨୪ ପ୍ରତିଶତ। ଆଗକୁ ଏହା ଆହୁରି ତ୍ବରାନ୍ବିତ କରାଯିବ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଏବଂ ଲୋୟର ସୁକତେଲ ପ୍ରକଳ୍ପ ଖୁବଶୀଘ୍ର ଶେଷ ହେବ। ରାଜ୍ୟରେ ୬୬ଟି ଇନଷ୍ଟ୍ରିମ ଷ୍ଟୋରେଜ କାର୍ଯ୍ୟ ଚାଲିଛି। ୨୫ଇନ ଷ୍ଟ୍ରିମ ଷ୍ଟୋରେଜ ପାଖାପାଖି ଶେଷ ହୋଇଛି। ବାକି କାର୍ଯ୍ୟ ଜାରିରହିଛି। ଖୁବଶୀଘ୍ର ଶେଷ ହେବ। ଭୂତଳ ଜଳ ସଂରକ୍ଷଣରେ ରାଜ୍ୟ ସଫଳତା ପାଇଛି। ଭୂତଳ ଜଳ ୧୭.୭୯ ବିସିଏମ୍‌ ହେଇଛି ଯାହାକି ପୂର୍ବରୁ ୧୫ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe