ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳି: ପ୍ରସନ୍ନ ପଣ୍ଡା ଥିଲେ ଜଣେ କର୍ମବୀର

ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳି: ପ୍ରସନ୍ନ ପଣ୍ଡା ଥିଲେ ଜଣେ କର୍ମବୀର

ଝାରସୁଗୁଡ଼ା : ଜନନେତା କମ୍ରେଡ୍‌ ପ୍ରସନ୍ନ ପଣ୍ଡାଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ପ୍ରସନ୍ନ ପଣ୍ଡା ସ୍ମୃତି କମିଟି ଓ ପ୍ରସନ୍ନ ପଣ୍ଡା ଆଇନ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ହୋଟେଲ ମେଘଦୂତର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ବଳନ କରି ପ୍ରସନ୍ନ ପଣ୍ଡାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ‘ଗଣତନ୍ତ୍ରର କୁହୁକ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ତମ୍ଭକାର ଅଭିରାମ ବିଶ୍ବାଳ ଆଲୋଚକ ଭାବେ ଯୋଗଦେଇ ଗଣତନ୍ତ୍ରର କୁହୁକ ବାସ୍ତବତାରେ ପରିଣତ କରିବା ପାଇଁ ସାରା ଜୀବନ ନିରଳସ ସାଧନା କରିଥିବା ପ୍ରସନ୍ନ ପଣ୍ଡାଙ୍କୁ ଜଣେ କର୍ମବୀର ଭାବେ ବର୍ଣ୍ଣନା କରିଥିଲେ। ପ୍ରାଧ୍ୟାପକ ତପନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପରିବେଶବିତ୍ ସଂଗ୍ରାମ ରାଉତ ଓ ମହମ୍ମଦ ରଉଫ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରସନ୍ନ ପଣ୍ଡାଙ୍କ ନାମରେ ଏକ ରାଜ୍ୟସ୍ତରୀୟ ପୁରସ୍କାରର ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ଶେଷରେ ଅଧ୍ୟାପକ ପୁରୁଷୋତ୍ତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe