ଓଡ଼ିଶାରେ ପ୍ରାର୍ଥୀ ଦେଲା ତୃଣମୂଳ କଂଗ୍ରେସ

Advertisment

ଟାର୍ଗେଟ୍‌ରେ ଭଦ୍ରକ ଓ ‌େଖାର୍ଦ୍ଧା ଜିଲ୍ଲା ୨ଲୋକସଭା, ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଟାର୍ଗେଟ୍‌ରେ ଭଦ୍ରକ ଓ ‌େଖାର୍ଦ୍ଧା ଜିଲ୍ଲା ୨ଲୋକସଭା, ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଓଡ଼ିଶାରେ ପ୍ରାର୍ଥୀ ଦେଲା ତୃଣମୂଳ କଂଗ୍ରେସ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଆଜି ପ୍ରାର୍ଥୀ ଘୋଷଣା କରିଛି। ଦଳ ଏଥିରେ ଓଡ଼ିଶାରେ ଲଢ଼ିବାକୁ ଘୋଷଣା କରିଛି। ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଆଜି କୋଲକାତାରେ ଓଡ଼ିଶାର ଦୁଇଟି ଲୋକସଭା ଏବଂ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ମମତାଙ୍କ ଟାର୍ଗେଟରେ ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲା ରହିଛି। ଏହି ଦୁଇଟି ଜିଲ୍ଲା‌ର ବିଭିନ୍ନ ଆସନ ପାଇଁ ମମତା ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି। ମମତା ଆଜି ଭଦ୍ରକ ଓ ଭୁବନେଶ୍ବର ଲୋକସଭା ଆସନ ସମେତ ଭଦ୍ରକର ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର ଏବଂ ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ଭୁବନେଶ୍ବର (ମଧ୍ୟ), ଭୁବନେଶ୍ବର (ଉତ୍ତର), ଜଟଣୀ, ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଖୁବ୍ ଶୀଘ୍ର ଭୁବନେଶ୍ବର (ଏକାମ୍ର) ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହେବ ବୋଲି କହିଛନ୍ତି। ଟିଏମ୍‌ସି ରାଜ୍ୟର ଆଉ କେଉଁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବ କି ନାହିଁ ସେ ନେଇ ମମତା କିଛି ସ୍ପଷ୍ଟ କରିନାହାନ୍ତି। ଚିଟ୍‌ଫଣ୍ଡ ମାମଲାରେ ଉଭୟ ମମତା ଓ ନବୀନ ମିଳିତ ଭାବେ ସିବିଆଇକୁ ଘେରିଥିବାବେଳେ ଦୁଇ ଜଣଙ୍କ ସମ୍ପର୍କ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ଏବେ ଟିଏମ୍‌ସି ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେବା ଏହି ଚର୍ଚ୍ଚାରେ ସସପେନ୍ସ ଆଣିଛି। ଉଲ୍ଲେଖଯୋଗ୍ୟ, ମମତା ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏଥିରେ ୧୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି। ମୋଟ୍‌ ଆସନର ୪୧%ରେ ମହିଳା ପ୍ରାର୍ଥୀ ହୋଇଥିବା ଦିଦି ଟୁଇଟ୍‌ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe