ତ୍ରିନାଥ ମିଶ୍ରଙ୍କ ଜାମିନ ଖାରଜ

ଜେଲ୍‌ରେ ତ୍ରି‌ନାଥ ମିଶ୍ରଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ : ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ସିଗ୍ନାଲ ବିଭାଗର ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଜାମିନ ଖାରଜ ହୋଇଛି। ଘଟଣାର ତଦନ୍ତ ଚାଲିଥିବାରୁ ଶ୍ରୀ ମିଶ୍ରଙ୍କ ଜାମିନ ନାମଞ୍ଜୁର କରାଯାଇଛି ବୋଲି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ ୯ କୋଟି ୫ ଲକ୍ଷ ୨୯ ହଜାର ୭୩ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ରହିଛି ଶ୍ରୀ ମିଶ୍ରଙ୍କ ବିରୋଧରେ। ତାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ପାଇଁ ଶ୍ରୀ ମିଶ୍ର ଆବେଦନ କରିଥିଲେ। ଅନ୍ୟପକ୍ଷରେ ଶ୍ରୀ ମିଶ୍ର ଜାମିନରେ ଛାଡ ପାଇଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏଥି ସହିତ ଘଟଣାର ତଦନ୍ତ ଚାଲିଛି ବୋଲି ସରକାରଙ୍କ ତରଫରୁ ଜାମିନ ଆବେଦନକୁ ବିରୋଧ କରି ଯୁକ୍ତି ଦର୍ଶାଯାଇଥିଲା। ଶ୍ରୀ ମିଶ୍ରଙ୍କ ତରଫରୁ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ଓ ଭିଜିଲାନ୍ସ ତରଫରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ସର୍ବେଶ୍ବର ବାରିକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe