ତୁଳସୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା: ଆଜି ଅପରାହ୍ନରେ ଟଣାହେବ ରଥ

Advertisment
ତୁଳସୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା: ଆଜି ଅପରାହ୍ନରେ ଟଣାହେବ ରଥ

କେନ୍ଦ୍ରାପଡ଼ା: ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଛନ୍ତି ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜିଉ। ତେବେ ନୀତି ବିଳମ୍ବ ହେବା କାରଣରୁ ଆଜି ରଥ ଟଣାଯାଇ ପାରିନାହିଁ। ଜଣେ ସେବକଙ୍କ ଭୁଲ୍‌ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଖେଚୁଡ଼ି ଧୂପ ଲାଗୁ ହେବା ପରେ ଜଣେ ସେବକ ଆସି ମହାପ୍ରଭୁଙ୍କ ଉପରକୁ ଫୁଲମାଳ ପକାଇ ଦେଇଥିଲେ। ଶ୍ରୀଜିଉ ଅପବିତ୍ର ହୋଇଯିବାରୁ ଆଉଥରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା।

ଏହା ପାଖାପାଖି ୪୫ମିନିଟ୍‌ ଲାଗିଯାଇଥିଲା। ଏହି କାରଣରୁ ଅନ୍ୟ ସବୁ ନୀତିରେ ବିଳମ୍ବ ହେବାରୁ ମହାପ୍ରଭୁ ରଥରେ ବିଜେ କରି ମଧ୍ୟ ସୂର୍ଯ୍ୟାସ୍ତ ହେଇଯିବା କାରଣରୁ ରଥ ଟଣାଯାଇ ନାହିଁ। ଆସନ୍ତାକାଲି ଅପରାହ୍ନରେ ରଥ ରଥଟଣା ଯିବ ବୋଲି ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଆଜି ଅପରାହ୍ନ ପ୍ରାୟ ୩ଟା ୪୫ରେ ରଥକୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ଠାକୁର ବଳଦେବଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯିବା ପରେ ମା’ ସୁଭଦ୍ରା ଏବଂ ସାନଭାଇ ଜଗନ୍ନାଥ ପରକୁ ପର ରଥରେ ବିରାଜିଥିଲେ। ସେତେବେଳକୁ ସମୟ ପ୍ରାୟ ୬ଟା ୧୫ ହୋଇଯାଇଥିଲା। ଚତୁର୍ଦ୍ଧାମୂର୍ତ୍ତି ରଥରେ ବିରାଜିବା ପରେ ରଥରେ ଘୋଡ଼ାବନ୍ଧା ଓ ଅନ୍ୟ ନୀତି ସରିବା ବେଳକୁ ସୂର୍ଯ୍ୟାସ୍ତ ହୋଇଯାଇଥିଲା। ତେଣୁ ବିଧି ମୁତାବକ ଆଉ ରଥ ଟଣାଯାଇ ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe