ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଧୀନରେ ଥିବା ସିଲାଟି ଗ୍ରାମରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗାଁର ବୁଲୁ ଭୋଇ (୬୫), ସ୍ତ୍ରୀ ବୈଦେହୀ ଭୋଇ (୫୫) ଏବଂ ପୁଅ ଶିବ ଭୋଇ (୨୫)ଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ସମସ୍ତଙ୍କର ଗଳା କାଟି ହତ୍ୟା କରାଯାଇଛି । ତେବେ କେଉଁ କାରଣରୁ ହତ୍ୟା କରାଯାଇଛି ତାହା କାରଣ ଅସ୍ପଷ୍ଠ ରହିଛି। ପୁଅ ଶିବ ଭୋଇର ଶବ ଘର ବାହାରେ ପଡ଼ିଥିବା ବେଳେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ଶବ ଘର ଭିତରେ ପଡ଼ିରହିଛି।
image source-new indian expressବୁଲୁ ଭୋଇଙ୍କ ଦାଦା ପୁଅ ଭାଇ ପାଖ ଜମିରେ ହଳ କରୁଥିବା ବେଳେ ବୁଲୁଙ୍କୁ ଜୋରରେ ଡାକ ଛାଥିଥିଲା, ମାତ୍ର କୌଣସି ଉତ୍ତର ନ ମିଳିବାରୁ ତାଙ୍କର ସନ୍ଦେହ ହେଲା। ସେ ଘର ପାଖକୁ ଯାଇ ମୃତ ଅବସ୍ଥାରେ ତିନିଜଣଙ୍କୁ ଦେଖିବାକୁ ପାଇଥିଲେ। ସେ ଦୌଡ଼ିଯାଇ ଗ୍ରାମବାସୀଙ୍କୁ ଏ କଥା ଜଣାଇଥିଲେ। ତାପରେ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା।
ଖବର ପାଇ ଘଟଣା ସ୍ଥଳରେ ବିନିବା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ବୁଲୁ ଭୋଇଙ୍କର ଦୁଇ ଝିଅ ବାହା ହୋଇ ସାରିଥିବା ବେଳେ ସାନ ପୁଅ ଶଙ୍କର ଭୋଇ ତାମିଲନାଡୁରେ ଦାଦନ ଖଟୁଥିବାର ସୂଚନା ମିଳିଛି।
Follow Us