ଭଦ୍ରକରେ ଟ୍ରିପଲ୍ ମର୍ଡର: ସନ୍ଦେହରେ ନାବାଳକଙ୍କୁ ଅଟକ

Advertisment
ଭଦ୍ରକରେ ଟ୍ରିପଲ୍ ମର୍ଡର: ସନ୍ଦେହରେ ନାବାଳକଙ୍କୁ ଅଟକ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇମଣି ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଦିନ ମଧ୍ୟରେ ୧୪ ବର୍ଷୀୟ ନାବାଳକ ଅତି ବୀଭତ୍ସ ଭାବେ ଟ୍ରିପଲ୍ ମର୍ଡର କରିଥିବା ପୁଲିସ୍ ସନ୍ଦେହ ପ୍ରକାଶ କରିଛି। ନାବାଳକ ଜଣକ ପ୍ରଥମେ ନିଜ ଆଈକୁ ମାରି ଫୋପାଡ଼ି ଦେଇଥିଲା। ଏହା ପରେ ଜଣେ ମହିଳା ଓ ତାଙ୍କ ୬ ବର୍ଷୀୟା ଝିଅକୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୁଲିସ୍ ବୁଧବାର ମହିଳା ଓ ତାଙ୍କ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ହତ୍ୟା ଘଟଣାକୁ ନାବାଳକ ଜଣକ ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଥିବା ବେଳେ ଏହା ପୂର୍ବରୁ ନିଜ ଆଈଙ୍କୁ ମଧ୍ୟ ହତ୍ୟା କରିଥିବା କହିଥିଲେ। ପୁଲିସ୍‌ ଗୁରୁବାର ସକାଳେ ନାବାଳିକଙ୍କ ସୂଚନା ଆଧାରରେ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ବୁଧବାର ରାଇମଣି ଗାଁ ବିଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିଲା। ନାବାଳକ ଜଣକ ମହିଳାଙ୍କୁ ବଳାତ୍କାର କରୁଥିବା ବେଳେ ଛୋଟ ଛୁଆଟି ଦେଖିଦେବାରୁ ସେ ବି ନାବାଳକର କୋପରୁ ବର୍ତ୍ତି ପାରି ନ ଥିଲା।

ଅତି ନିର୍ମମ ଭାବେ ମା’ ଝିଅଙ୍କୁ ହାଣି ସେମାନଙ୍କ ଜୀବନ ନାବାଳକ ନେଇଥିବା କୁହାଯାଉଛି । ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା। ଲୋକଙ୍କୁ ଦେଖି ନାବାଳକଙ୍କ ଘଟଣାସ୍ଥଳକୁ ଖସି ଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ଲୋକମାନେ ଲୋକେ ତାକୁ ଗୋଡ଼ାଇ ଗୋଡ଼ାଇ ଧରି ପୁଲିସ ଜିମା ଦେଇଥିଲେ।

ନାବାଳକଙ୍କ ସୂଚନା ଅନୁଯାୟୀ, ଗୁରୁବାର ସକାଳୁ ହତ୍ୟାକାଣ୍ଡ ସ୍ଥଳରୁ କିଛି ଦୂରରୁ ପୁଲିସ୍‌ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଅଭିଯୁକ୍ତ ନାବାଳକଙ୍କ ଆଇ ସୁମତି ମୁଣ୍ଡାଙ୍କର ବୋଲି ଜଣା ପଡିଛି । ଟଙ୍କା ନ ଦେବାରୁ ନାବାଳକ ଜଣକ ଉତ୍ତ୍ୟକ୍ତ ହୋଇ ସୁମତିଙ୍କ ବେକକୁ ଶାଢ଼ୀରେ ଗୁଡାଇ ହତ୍ୟା କରାଯାଇଥିବା ବେଳେ ଶରୀରରେ କ୍ଷତ ଦାଗ ରହିଥିବା ପୁଲିସ୍ କହିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନାବାଳକଙ୍କ ସହ ଆଈଙ୍କୁ ଲୋକେ ଦୁଇ ଦିନ ପୂର୍ବରୁ ଦେଖିଥିଲେ । ତେବେ ନାବାଳକଜଣକ କ’ଣ ପାଇଁ ନିଜ ଆଈଙ୍କୁ ହତ୍ୟା କଲେ ତାହା ସ୍ପଷ୍ଟ ହୋଇନି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe