ଶେଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଉଡ଼ିଲା ତ୍ରିରଙ୍ଗା

ଚାକିରି ମିଳିଲାନି ବୋଲି ପୋଡିଲେ ତ୍ରିରଙ୍ଗା, ପତାକା ପୋଡି ଭିଡିଓ ଅପଲୋଡ଼ କରିବା ଘଟଣାରେ ଯୁବକ ଗିରଫ

ବୁର୍ଲା : ଶେଷରେ ଦେଢ଼ ମାସ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦେଶପ୍ରେମ ଉଙ୍କି ମାରିଲା। ମଙ୍ଗଳବାର ଅପରାହ୍‌ଣ ସାଢ଼େ ୪ଟା ସମୟରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ସମ୍ମୁଖରେ ତ୍ରିରଙ୍ଗା ଲଗାଯାଉଥିବା ଦେଖିବାକୁ ମିଳିଥିଲା।

ପ୍ରକାଶଯୋଗ୍ୟ ଯେ, ଗତ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସରେ ନୂଆ ପ୍ରଶାସନିକ କୋଠା ସମ୍ମୁଖରେ ୧୦୦ ଫୁଟ ଉଚ୍ଚର ଖମ୍ବ ଏବଂ ୩୦ ଫୁଟ୍‌ ଲମ୍ବର ପତାକ ଉଡ଼ାଯାଇଥିଲା। କିନ୍ତୁ, ଦେଢ ମାସରୁ ଅଧିକ ‌ସମୟ ତଳେ ତ୍ରିରଙ୍ଗା ଫାଟିଯିବାରୁ ତାହାକୁ ଖମ୍ବରୁ ଓହ୍ଲାଇ ପ୍ରଶାସନିକ କୋଠାର ପ୍ରବେଶ ଦ୍ୱାର ପାଖ ଏକ ଡେସ୍କରେ ଅପରିଷ୍କାର ଜାଗାରେ ରଖାଯାଇଥିଲା। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ତେବେ, ଆଜି ପୁଣି ଲଗାଯାଇଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ପଚାରିବାରୁ ସେ କହିଲେ, ମଙ୍ଗଳବାର ଦିନ ତ୍ରିରଙ୍ଗା ପ୍ରଶାସନିକ ଭବନ ସମ୍ମୁଖରେ ଲାଗିଛି। ଏବେ ବର୍ଷା ଲାଗିରହିଥିବାରୁ ଆସନ୍ତା ଦୁଇ ଚାରିଦିନ ପାଇଁ ଲଗାଇ ପୁଣି ଖୋଲି ରଖିଦିଆଯିବ। ପୁଣି, ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ତାରିଖରେ ସ୍ତମ୍ଭରେ ଲଗାଯିବ ବୋଲି ପ୍ରଫେସର ମିତ୍ତଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe