ସିଂଘମ୍ ସାଜିଲେ ଓଡ଼ିଆ ଆଇପିଏସ, ମାଓବାଦୀଙ୍କ ଗଡ଼ରେ ପ୍ରଥମ ଥର ଉଡ଼ାଇଲେ ତ୍ରିରଙ୍ଗା

ସିଂଘମ୍ ସାଜିଲେ ଓଡ଼ିଆ ଆଇପିଏସ, ମାଓବାଦୀଙ୍କ ଗଡ଼ରେ ପ୍ରଥମ ଥର ଉଡ଼ାଇଲେ ତ୍ରିରଙ୍ଗା

ଦୀର୍ଘ ଦିନର ଭୟ ଦେଖାଇ, ରକ୍ତର ବିଭୀଷିକା ରଚାଇ ଆସୁଥିବା ମାଓବାଦୀଙ୍କୁ ଜଣେ ଆଇପିଏସ ଅଫିସର ଏବେ ଦେଇଛନ୍ତି ମୁହଁତୋଡ ଜବାବ| ନିଜର ଅଞ୍ଚଳ ବୋଲି ଦାବି କରିଆସୁଥିବା ମାଓବାଦୀଙ୍କ ଗଡ଼ରେ ପଶି ଜାତୀୟ ପତାକା ଉଡାଇଛନ୍ତି | ଏହି ଅଫିସର ଜଣକ ହେଉଛନ୍ତି ଡ଼ିଆଇଜି ହିମାଂଶୁ ଲାଲ |

ମାଲକାନଗିରି: ଲାଲବାହିନୀର ଦବଦବା ଯୋଗୁଁ ଉଡିପାରୁନଥିଲା ତ୍ରିରଙ୍ଗା | ସ୍ୱାଧୀନତାକୁ ସାତ ଦଶନ୍ଧି ବିତିଯାଇଥିଲେ ବି ଲାଲବାହିନୀର ଭୟ ଯୋଗୁଁ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟାରେ ତ୍ରିରଙ୍ଗା ଉଡିପାରୁ ନ ଥିଲା | କିନ୍ତୁ ଏଥର ପ୍ରଥମ ଥର ଲାଗି ଏହି ଅଞ୍ଚଳର ଜାନବାଇ ଗ୍ରାମରେ ତ୍ରିରଙ୍ଗା ଉଡିଥିବା ବେଳେ ପତାକା ଉତ୍ତୋଳନ କରିଥିଲେ ଓଡ଼ିଶା କ୍ୟାଡର ଆଇପିଏସ ହିମାଂଶୁ ଲାଲ | ଯାହାକୁ ନେଇ ବେଶ ଆଶାବାଦୀ ହୋଇପଡିଛନ୍ତି ସ୍ଥାନୀୟ ଲୋକ | ଶ୍ରୀ ଲାଲ ଆଶାର କିରଣ ଆଣିଥିବାର ଲୋକ କହିବା ସହ ଦୀର୍ଘ ଦିନ ଧରି ମାଓ ଭୟ ଧୀରେ ଧୀରେ ଅପସରି ଯାଉଥିବାର ଦେଖିବାକୁ ମିଳିଛି |

publive-imageଏଠାରେ ସୂଚନା ଥାଉ କି ବିଚ୍ଛିନ୍ନାଂଚଳର ଗାଁମାନଙ୍କରେ ମାଓବାଦୀଙ୍କ ପ୍ରଭାବ ଏବେ ବି ରହିଛି  | ଅଗଷ୍ଟ ୧୫ରେ ଯେତେବେଳେ ଜାନବାଇରେ ତ୍ରିରଙ୍ଗା ଉଡିଥିଲା ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ନୂଆ ଡିଆଇଜିଙ୍କ ଏଭଳି କାର୍ଯ୍ୟକୁ ନେଇ ମନେ ମନେ ଖୁସି ବି ହୋଇଯାଇଥିଲେ| ଏ ବାବଦରେ ହିମାଂଶୁଙ୍କ କହିବା କଥା ପ୍ରତିଦିନ ଏକ ନୂଆ ଦିନ ହୋଇଥାଏ, ସେହିପରି ନୂଆ ପୋଷ୍ଟିଙ୍ଗ ସବୁବେଳେ ନୂଆ ନୂଆ ଆହ୍ୱାନ ଆଣିଦେଇଥାଏ ଯାହାଦ୍ୱାରା ଲୋକଙ୍କ ପାଇଁ କିଛି ନୂଆ କରିହୁଏ | ଯଦି ମୋ ପ୍ରୟାସ ଯୋଗୁଁ କିଛି ଲୋକଙ୍କ ଓଠରେ ହସ ଖେଳିଯାଇପାରେ ସେତିକି ଯଥେଷ୍ଟ |

publive-image

ଏଠାରେ ସୂଚନା ଥାଉ କି ହିମାଂଶୁ ଲାଲ ୨୦୦୩ ବ୍ୟାଚର ଅଧିକାରୀ ହୋଇଥିବାବେଳେ ୨୦୦୫-୦୬ରେ ମାଲକାନଗିରିରେ ଏସପି ଭାବେ ମଧ୍ୟ କାର୍ଯ୍ୟ କରିଆସିଛନ୍ତି | ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ରାଷ୍ଟ୍ରପତି ପଦକ ମଧ୍ୟ ମିଳିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe