ବିଏସ୍‌ଏଫ୍‌ ତରଫରୁ ତ୍ରିରଙ୍ଗା ଯାତ୍ରା ଓ ବାଇକ ରାଲି

Advertisment
ବିଏସ୍‌ଏଫ୍‌ ତରଫରୁ ତ୍ରିରଙ୍ଗା ଯାତ୍ରା ଓ ବାଇକ ରାଲି

ମାଲକାନଗିରି: ସାରା ଦେଶରେ ଚାଲିଥିବା ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ବିଏସଏଫ ସେକ୍ଟର ହେଡ୍ କ୍ୱାର୍ଟର ଏବଂ ମାଲକାନଗିରି ମହାବିଦ୍ୟାଳୟର ମିଳିତ ଉଦ୍ୟୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତ୍ରିରଙ୍ଗା ଯାତ୍ରା ସହିତ ଏକ ବାଇକ ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା। ତ୍ରିରଙ୍ଗା ତଥା ବାଇକ୍ ଯାତ୍ରା କାର୍ଯ୍ୟକ୍ରମକୁ ବିଏସଏଫ ଡିଆଇଜି. ବିଜୟ ସିହ୍ନା ପତାକା ଦେଖାଇ ଉଦଘାଟନ କରିଥିଲେ। ମାଲକାନଗିରି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।

publive-image

ଏହି ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ. ରଞ୍ଜନ କୁମାର ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ତଥା ବିଏସଏଫ ଯବାନମାନଙ୍କୁ ନେଇ ବିଏସଏଫ କାର୍ଯ୍ୟାଳୟରୁ ଏହି ଯାତ୍ରା ବାହାରିଥିଲା। ଏମଭି-୩,ଏମଭି-୪୨, ଏମଭି-୪୩ ଆଦି ଗ୍ରାମ ଦେଇ ସାଇକେଲ ଓ ବାଇକ୍ ରାଲି ସହିତ ତ୍ରିରଙ୍ଗା ଯାତ୍ରା ମାଲକାନଗିରି କଲେଜରେ ପହଞ୍ଚି ଥିଲା। କଲେଜରେ ଅନୁଷ୍ଠିତ ସଭାରେ ବକ୍ତାମାନେ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ସଭା ପରେ ସମସ୍ତଙ୍କ ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରାୟ ଦେଢ ଶହ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe