ଆସୁଛି ଘୂର୍ଣ୍ଣିବଳୟ, ଲଘୁଚାପ ଆଶଙ୍କା

Advertisment
ଆସୁଛି ଘୂର୍ଣ୍ଣିବଳୟ, ଲଘୁଚାପ ଆଶଙ୍କା

ଭୁବନେଶ୍ୱର : ଦିନେ ଦୁଇଦିନ ଭିତରେ ଆଣ୍ଡାମାନ ସାଗର ଆଖପାଖ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କ୍ରମଶଃ ଆନ୍ଧ୍ର ପ୍ରଦେଶ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଆଖପାଖ ବଙ୍ଗୋପ ସାଗରକୁ ପାଖେଇ ଆସିବ। ୨୫ ତାରିଖରୁ ସ୍ୱଳ୍ପ ପରିମାଣର ବର୍ଷା ଆରମ୍ଭ ହେବ। ୨୬ ତାରିଖରୁ ବର୍ଷାର ପରିମାଣ ବଢ଼ିବ।

ତେବେ ଘୂର୍ଣ୍ଣିବଳୟର ନିର୍ଦିଷ୍ଟ ରୂପରେଖ ସ୍ପଷ୍ଟ ହେବାକୁ ଦିନେ ଦୁଇଦିନ ଲାଗିବ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ। ପୂର୍ବାନୁମାନ ଅନୁଯାୟୀ ଘୂର୍ଣ୍ଣିବଳୟ ଓଡ଼ିଶା ଉପକୂଳକୁ ମୁହାଁଇବା ପରେ ଲଘୁଚାପରେ ପରିଣତ ହେବ। ଫଳରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଆଜି ଅମୃତସରରୁ ଏକ ମୌସୁମୀ ଟ୍ରଫ୍‌ ଲାଇନ ବାଲେଶ୍ୱର ଦେଇ ଆଣ୍ଡାମାନ ଉପକୂଳ ପର୍ଯ୍ୟନ୍ତ ଲମ୍ବିଯାଇଛି। ଆଗାମୀ ଦିନରେ ଏହା ଘୂର୍ଣ୍ଣିବଳୟ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଡ. ସାହୁ ମତ ଦେଇଛନ୍ତିି। ଘୂର୍ଣ୍ଣିବଳୟ ନହେବା ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ।

ଗତ ୨୪ ଘଣ୍ଟା ଭିତରେ ଲହୁଣୀପଡ଼ାରେ ୨୦ ମିଲିମିଟର ବର୍ଷା ହୋଇଥିବା ବେଳେ ଯୋଡ଼ା, ରାୟଗଡ଼ା ଜିଲ୍ଲାର କୋଟ୍ରାଗୁଡ଼ା ଏବଂ ଅମ୍ବାଦୋଳାରେ ୧୦ ମି.ମି. ବର୍ଷା ହୋଇଥିଲା। ଆଜି ଭୁବନେଶ୍ୱରର ସଚିବାଳୟ, ନୂଆପଲ୍ଲୀ ଆଦି କିଛି ସ୍ଥାନରେ ଅଧଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ଅନ୍ୟ ସ୍ଥାନରେ ଟୋପାଏ ବର୍ଷା ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe