ଟ୍ରକ୍ ଚାପାରେ ୧୩ ଗୋରୁଙ୍କ ଜୀବନ ଗଲା  

ଟ୍ରକ୍ ଚାପାରେ ୧୩ ଗୋରୁଙ୍କ ଜୀବନ ଗଲା  

India Posts English

ଲଖନପୁର: ଲଖନପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦହଲଡେରା ଛକରେ ମଙ୍ଗଳବାର ଭୋର ସମୟରେ ଅଜଣା ଟ୍ରକ୍‌ ଚାପାରେ ୧୩ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ଗୋରୁ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଗୋରୁଙ୍କୁ ବେଲପାହାଡ଼ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଗୋରୁଗୁଡ଼ିକ ଛକରେ ଶୋଇଥିବା ବେଳେ କୌଣସି ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ାଇ ଦେଇଥିବା ଜଣାପଡ଼ିଛି।

ଖବର ପାଇ ଆଇଆଇସି ଇଗ୍ନେସ ବାର୍ଲାଙ୍କ ନେତୃତ୍ବରେ ପୁଲିସ ଦଳ ଓ ବେଲପାହାଡ଼ ପ୍ରାଣୀ ଚିକିତ୍ସକ ଡ଼ା. ଦେବୀ ପ୍ରସାଦ ବେହେରା ଘଟଣା ସ୍ଥଳରେ ପହଞ୍ଚି ଗୋରୁଙ୍କ ସ୍ଥିତିର ଯାଞ୍ଚ କରିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୩ଟି ମୃତ ଗୋରୁଙ୍କ ଶବକୁ ଜେସିବି ଦ୍ୱାରା ସ୍ଥାନାନ୍ତରିତ କରି ନିକଟସ୍ଥ ଜଙ୍ଗଲରେ ପୋତିଥିଲେ। ଏଏସ୍‌ଆଇ ଚୂଡ଼ାମଣି ପଧାନ, କହ୍ନେଇ ଚରଣ ସେଠ ଓ ସୁବ୍ରତ ହର ଏବଂ କନେଷ୍ଟବଳ ରଞ୍ଜନ ସାହୁ ଓ ଗୃହରକ୍ଷୀ ନରେନ୍ଦ୍ର ରଣା ଏଥିରେ ସହାୟତା କରିଥିଲେ। ଜାତୀୟ ରାଜପଥରେ ଏତେ ସଂଖ୍ୟକ ଗୋରୁଙ୍କ ଏକା ସାଙ୍ଗେ ମୃତ୍ୟୁ ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe