ଟ୍ରକ୍‌କୁ ପଛରୁ ଧକ୍କା ଦେଲା ମିନିଟ୍ରକ୍‌, ୨ ମୃତ

Advertisment
ଟ୍ରକ୍‌କୁ ପଛରୁ ଧକ୍କା ଦେଲା ମିନିଟ୍ରକ୍‌, ୨ ମୃତ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବଣିଆକିଲିଣ୍ଡା ଗ୍ରାମ ନିକଟରେ ବୁଧବାର ଅପରାହ୍‌ଣରେ ଅଟକି ରହିଥିବା ଏକ  ମାଲ ବୋଝେଇ ଟ୍ରକ୍‌କୁ ପଛପଟୁ ଏକ ମିନିଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଦେବଗଡ଼ କାରଗିଲ ଛକର ଦେବରାଜ ମିଶ୍ର ଓ  ପ୍ରଧାନସାହିର ସ୍ୱରାଜ ମୁଣ୍ଡା।

ଗୁରୁତରଙ୍କ ପରିଚୟ ଜଣାପଡ଼ି ନହିଁ। ପ୍ରାପ୍ତ ସୂଚନାନୁସାରେ ଅପରାହ୍‌ଣ ପ୍ରାୟ ୨ଟା ବେଳେ ଦେବରାଜ ନିଜ ମିନିଟ୍ରକ ଯୋଗେ ବ୍ୟାବସାୟିକ କାର୍ଯ୍ୟ ସାରି ବଳମ ପଟୁ ଦେବଗଡ଼ ଫେରୁଥିଲେ। ତେବେ ବଣିଆଁକିଲିଣ୍ଡା ଗ୍ରାମ ନିକଟରେ ପୂର୍ବରୁ ଅଟକି ରହିଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଦେବଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦେବରାଜ ଓ ସ୍ବରାଜଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe