ମାଟ୍ରିକ ଉତ୍ତର ଖାତା ନେଇ କଟକ ବୋର୍ଡ କାର୍ଯ୍ୟାଳୟ ଆସୁଥିବା ଟ୍ରକ ବୌଦ୍ଧରେ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

Advertisment
ମାଟ୍ରିକ ଉତ୍ତର ଖାତା ନେଇ କଟକ ବୋର୍ଡ କାର୍ଯ୍ୟାଳୟ ଆସୁଥିବା ଟ୍ରକ ବୌଦ୍ଧରେ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

ବୌଦ୍ଧ: ରବିବାର ବୌଦ୍ଧ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନମ୍ବର୍ ୫୭ସ୍ଥିତ ଖଜୁରୀପଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ନମ୍ବର ଓଡି ୦୨ଏଏ-୯୫୨୧ ରାସ୍ତା ତଳକୁ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଟ୍ରକଟି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରୁ ମୂଲ୍ୟାୟନ ହୋଇଥିବା ମାଟ୍ରିକ ଉତ୍ତର ଖାତା ଗୁଡିକୁ ନେଇ କଟକ ବୋର୍ଡ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଖବର ପାଇ ବୌଦ୍ଧରୁ ୧୦୮ ଆମ୍ବୁଲାନସ୍ ଯାଇ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe