କଳିଙ୍ଗାଘାଟିରେ ହଳଦୀ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଦୁଇ ଆହତ

କଳିଙ୍ଗାଘାଟିରେ ହଳଦୀ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଦୁଇ ଆହତ

ଘୁ.ଉଦୟଗିରି:  ଏକ ହଳଦୀ ବୋଝେଇ ଟ୍ରକ୍‌ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିର ଏକ ବୁଲାଣିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରାପ୍ତ ସୂଚନାନୁସାରେ ଆନ୍ଧ୍ରର ଏକ ଟ୍ରକ୍‌ (ଏପି ୩୯ ଟିଏସ୍‌-୧୨୯୯) ରାଇକିଆରେ ହଳଦୀ ବୋଝେଇ କରି ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଘାଟି ଗଡ଼ିବାର ମାତ୍ର ୪୩କିମି ପରେ ଏକ ବୁଲାଣିରେ ଟ୍ରକଟି ଡାହାଣ ପଟ ସୁରକ୍ଷା ପାଚେରୀରେ ବାଡେଇ ହୋଇ ସମ୍ପୂର୍ଣ ଓଲଟି ପଡ଼ିଥିଲା। ଟ୍ରକ ଚାଳକ ଦ୍ରୁତଗତିରେ ଟ୍ରକଟି ଘାଟିରେ ଗଡ଼ଉଥିବା ଯୋଗୁଁ ବୁଲାଣିରେ କାଟି ନପାରି ସୁରକ୍ଷା ପାଚେରୀରେ ବାଡେଇ ହୋଇ ଓଲଟି ପଡିଥିବା ଅନୁମାନ କରାଯାଉଛି। ଘଟଣା ପରେ ଘଟଣାସ୍ଥଳରେ କେହି ନଥିବା ବେଳେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଟ୍ରକ ଚାଳକ ଏବଂ ହେଲପର ଦୁହେଁ ଆହତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe