ଟ୍ରକ୍‌ ଧକ୍କାରେ ଗ୍ରାମରକ୍ଷୀ ମୃତ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ବଳମ ଗ୍ରାମ ନିକଟସ୍ଥ ୪୯ନଂ ଜାତୀୟ ରାଜପଥର କଳାଜିରା ବ୍ରିଜ ନିକଟରେ ରବିବାର ଟ୍ରକ୍‌ ଧକ୍କାରେ ବସାଲଇ ଗ୍ରାମର ଗ୍ରାମରକ୍ଷୀ ଭୁବନେଶ୍ବର କଲେତ (୫୦)ଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ଅପରାହ୍‌ଣରେ ବଳମ ପଟୁ ନିଜ ବାଇକ (ଓଆର୍‌-୧୪ ଆର୍‌ ୯୩୦୯) ଯୋଗେ ନିଜ ଘର ବସାଲଇ ଗ୍ରାମକୁ ଫେରୁଥିବା ବେଳେ ୪୯ନଂ ଜାତୀୟ ରାଜପଥର କଳାଜିରା

ବ୍ରିଜ ନିକଟରେଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଘଟଣାସ୍ଥଳରେ ହିଁ ଭୁବନେଶ୍ବରଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଦେବଗଡ଼ ଥାନା ପୁଲିସ ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦୁର୍ଘଟଣାପରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତରୋକ କରିଥିଲେ। କିନ୍ତୁ ପୁଲିସ ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିବା ସହିତ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। ଦେବଗଡ଼ ଥାନା ପୁଲିସ ଟ୍ରକ୍‌କୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ପଚାରାଉଚୁରା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe