ଅଇଁଠାପାଲି ଅମ୍ବିରାନଗର ଛକରେ ଟ୍ରକ୍‌ ଧକ୍କାରେ ସରପଞ୍ଚଙ୍କ ସ୍ବାମୀ ମୃତ

Advertisment
ଅଇଁଠାପାଲି ଅମ୍ବିରାନଗର ଛକରେ ଟ୍ରକ୍‌ ଧକ୍କାରେ ସରପଞ୍ଚଙ୍କ ସ୍ବାମୀ ମୃତ

ସମ୍ବଲପୁର: ଦୁର୍ଘଟଣା ପ୍ରବଣ ଅଇଁଠାପାଲି ଥାନା ଅମ୍ବିରାନଗର ଛକରେ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ପୁଣି ଏକ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଧନକଉଡ଼ା ବ୍ଲକ ଶାସନ ପଞ୍ଚାୟତ ସରପଞ୍ଚ ମୋହିନୀ ଭୋଇଙ୍କ ସ୍ବାମୀ ତଥା ଶାସନ ଥାନା ଡୁଙ୍ଗିପାଲି ଗାଁର ବିବେକା ଭୋଇ(୩୫) ବୋଲି ଜଣାପଡ଼ିଛି। ଏସମ୍ପର୍କରେ ଅଇଁଠାପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ, ବାଇକ୍‌ରେ ଯାଉଥିବା ବିବେକାଙ୍କୁ ଧକ୍କା ଦେବା ପରେ ଟ୍ରକ୍‌ ଦେବଗଡ଼ ରାସ୍ତାରେ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ବିବେକା ତାଙ୍କ (ଓଆର୍‌ ୧୫ କ୍ୟୁ ୭୧୨୭) ବାଇକ୍‌ ଯୋଗେ ସମ୍ବଲପୁରରୁ ଶାସନ ଯାଉଥିଲେ। ଏହି ସମୟରେ ଝାରସୁଗୁଡ଼ା ପଟରୁ ଆସି ଅମ୍ବିରାନଗର ବୁଲାଣି ବୁଲୁଥିବା ଏକ ଟ୍ରକ୍‌ ସହ ବିବେକାଙ୍କର ଧକ୍କା ହୋଇଥିଲା। ଏହି ଘଟଣାରେ ବିବେକାଙ୍କ ମୁଣ୍ଡ, ଛାତି ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ନେଇଯାଇଥିଲେ। ତେବେ ବରେଇପାଲି ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe